ଆଜି ପ୍ରକାଶ ପାଇବ +୨ କଟ ଅଫ ମାର୍କ, ଦିନ ୧୧ ଟାରେ ପ୍ରକାଶ ପାଇବ ମେରିଟ ଲିଷ୍ଟ

ଭୁବନେଶ୍ୱର(କେନ୍ୟୁଜ): ଆଜି ପ୍ରକାଶ ପାଇବ +୨ କଟ ଅଫ ମାର୍କ । ସାମସ ପୋର୍ଟାଲରେ ଦିନ ୧୧ ଟା ରେ ପ୍ରକାଶ ପାଇବ ମେରିଟ ଲିଷ୍ଟ । www.samsodisha.gov.in ପୋର୍ଟାଲରେ ତାଲିକା ଉପଲବ୍ଧ ହେବ । ଗତ ଅଗଷ୍ଟ ୧୨ ତାରିଖରୁ ଯୁକ୍ତ୨ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ସେପ୍ଟେମ୍ବର ୫ ତାରିଖ ପର୍ଯ୍ୟନ୍ତ ପକ୍ରିୟା ଚାଲିଥିଲା । ଆଜି ମେରିଟ ଲିଷ୍ଟ ପ୍ରକାଶ ପରେ ୧୪ ରୁ ୨୧ ତାରିଖ ମଧ୍ୟରେ ନାମଲେଖା ହେବ । ସେହିପର ଦ୍ଵିତୀୟ ପର୍ଯ୍ୟାୟ କଟ୍‌ ଅଫ୍‌ ୨୭ ତାରିଖରେ ବାହାରିବା ପରେ ୨୯ରୁ ଅକ୍ଟୋବର ୧ ତାରିଖ ମଧ୍ୟରେ ନାମଲେଖା ହେବ ।

ଏହି ଦୁଇଟି ପର୍ଯ୍ୟାୟରେ ନାମଲେଖା ପରେ ବଳକା ସିଟ ପାଇଁ ଅକ୍ଟୋବର ୪ରେ ତାଲିକା, ୫ ସୁଦ୍ଧା ପଞ୍ଜିକରଣ ଏବଂ ମେରିଟ ଲିଷ୍ଟ ପରେ ଅକ୍ଟୋବର ୭ ତାରିଖରେ ନାମଲେଖା ହେବ । ଏଥର ପ୍ରାୟ ୫ ଲକ୍ଷ ଯୁକ୍ତ ଦୁଇ ସିଟ୍‌ ପାଇଁ ୪ଲକ୍ଷ ୭୧ ହଜାର ୬୧୨ ଜଣ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି । ସେହିଭଳି ଯୁକ୍ତ ୩ ପ୍ରଥମ ବର୍ଷ ପାଇଁ ମଧ୍ୟ ଆଜିଠୁ ନାମଲେଖା ଆରମ୍ଭ ହେବ । ପ୍ରଥମ ପର୍ଯ୍ୟାୟରେ ମନୋନୀତ ହୋଇଥିବା ୧ଲକ୍ଷ ୬୮ହଜାର ୫୩୭ ଛାତ୍ରଛାତ୍ରୀ ଇଣ୍ଟିମେସନ ପାଇଥିବା କଲେଜରେ ନାମଲେଖାଇବେ । ଏହ ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.