Below header

ରାଜ୍ୟରେ ମତଦାନ ପାଇଁ ବ୍ୟାପକ ବନ୍ଦୋବସ୍ତ, ଆଜି ଘୋଷଣା ହେବ ଓଡ଼ିଶା ବିଧାନସଭା ନିର୍ବାଚନ ତାରିଖ

ଲୋକସଭା ସହ ଏକାସଙ୍ଗେ ହେବ ଓଡ଼ିଶା ବିଧାନସଭା ନିର୍ବାଚନ । ଆଜି ଏଥିପାଇଁ ବି ତାରିଖ ଘୋଷଣା ହେବ । ୨୦୧୯ରେ ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ମତଦାନ ହୋଇଥିଲା ।

ଭୁବନେଶ୍ୱର (କେନ୍ୟୁଜ): ଲୋକସଭା ସହ ଏକାସଙ୍ଗେ ହେବ ଓଡ଼ିଶା ବିଧାନସଭା ନିର୍ବାଚନ । ଆଜି ଏଥିପାଇଁ ବି ତାରିଖ ଘୋଷଣା ହେବ । ୨୦୧୯ରେ ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ମତଦାନ ହୋଇଥିଲା । ଏପ୍ରିଲ ୧୧ରେ ପ୍ରଥମ, ଏପ୍ରିଲ ୧୮ରେ ଦ୍ବିତୀୟ, ଏପ୍ରିଲ ୨୩ରେ ତୃତୀୟ ଓ ଏପ୍ରିଲ ୨୯ରେ ନିଆଯାଇଥିଲା ଚତୁର୍ଥ ପର୍ଯ୍ୟାୟ ଭୋଟ୍ । ୨୦୦୯ ଓ ୨୦୧୪ରେ ରାଜ୍ୟରେ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ହୋଇଥିଲା ।

ଏଥର କେତୋଟି ପର୍ଯ୍ୟାୟରେ ମତଦାନ ହେବ ତାଉପରେ ସମସ୍ତଙ୍କର ନଜର ରହିଛି । ଓଡ଼ିଶାରେ ମୋଟ୍ ୩କୋଟି ୩୨ଲକ୍ଷ ୩୬ହଜାର ୩୬୦ ଭୋଟର । ଚୂଡ଼ାନ୍ତ ତାଲିକାରେ ୧୨ଲକ୍ଷ ୯୭ହଜାରରୁ ଅଧିକ ମତଦାତା ଯୋଡ଼ି ହୋଇଛନ୍ତି । ରାଜ୍ୟରେ ୩୮ ହଜାର ବୁଥରେ ଭୋଟ ଗ୍ରହଣ ହେବ । ପ୍ରତି ବୁଥରେ ନିୟୋଜିତ ହେବେ ପ୍ରାୟ ୬ ଜଣ କର୍ମଚାରୀ । ରାଜ୍ୟରେ ମତଦାନ ପାଇଁ ବ୍ୟାପକ ବ୍ୟବସ୍ଥା ହେଲାଣି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.