ଆଣ୍ଟାର୍କଟିକାରେ ବ୍ୟାପୁଛି ବାର୍ଡ ଫ୍ଲୁ, ପେଙ୍ଗୁଇନଙ୍କ ପାଇଁ ବିପଦ ସାଜିଛି ମାରାତ୍ମକ H5N1 ଭୂତାଣୁ

ଲୋପ ପାଇବେ କି ପେଙ୍ଗୁଇନ!। ଆଣ୍ଟାର୍କଟିକାରେ ବ୍ୟାପୁଛି ବାର୍ଡ ଫ୍ଲୁ। ପେଙ୍ଗୁଇନଙ୍କ ପାଇଁ ବିପଦ ସାଜିଛି ମାରାତ୍ମକ H5N1 ବାର୍ଡ ଫ୍ଲୁ ଭୂତାଣୁ। ଏହି ବାର୍ଡ ଫ୍ଲୁ ଭୂତାଣୁ ଯୋଗୁଁ ପକ୍ଷୀଙ୍କ ମୃତ୍ୟୁ ହେଉଥିବାରୁ ଆଣ୍ଟାର୍କଟିକାରୁ ପେଙ୍ଗୁଇନ ଲୋପ ପାଇବା ଆଶଙ୍କା ସୃଷ୍ଟି ହୋଇଛି।

ନୂଆଦିଲ୍ଲୀ : ଲୋପ ପାଇବେ କି ପେଙ୍ଗୁଇନ!। ଆଣ୍ଟାର୍କଟିକାରେ ବ୍ୟାପୁଛି ବାର୍ଡ ଫ୍ଲୁ। ପେଙ୍ଗୁଇନଙ୍କ ପାଇଁ ବିପଦ ସାଜିଛି ମାରାତ୍ମକ H5N1 ବାର୍ଡ ଫ୍ଲୁ ଭୂତାଣୁ। ଏହି ବାର୍ଡ ଫ୍ଲୁ ଭୂତାଣୁ ଯୋଗୁଁ ପକ୍ଷୀଙ୍କ ମୃତ୍ୟୁ ହେଉଥିବାରୁ ଆଣ୍ଟାର୍କଟିକାରୁ ପେଙ୍ଗୁଇନ ଲୋପ ପାଇବା ଆଶଙ୍କା ସୃଷ୍ଟି ହୋଇଛି। ଆଣ୍ଟର୍କଟିକାରେ ବହୁ ସଂଖ୍ୟକ ପେଙ୍ଗୁଇନ ବସବାସ କରୁଥିବାରୁ ତଥା ସେଠାରେ ପଶୁ ସ୍ୱାସ୍ଥ୍ୟ ସେବା ଉପଲବ୍ଧ ନଥିବାରୁ ପେଙ୍ଗୁଇନ ବଂଶ ଲୋପ ପାଇବା ଆଶଙ୍କା ସୃଷ୍ଟି ହୋଇଛି।

ଚିଲିର ଏକ ବିଶ୍ୱବିଦ୍ଯାଳୟର ଗବେଷକମାନେ ଗତ କିଛି ଦିନ ପୂର୍ବେ କରିଥିବା ଅଧ୍ଯୟନରୁ ଆଣ୍ଟାର୍କଟିକାରେ ବାର୍ଡ ଫ୍ଲୁ ବ୍ୟାପୁଥିବା ତଥ୍ୟ ପାଇଛନ୍ତି। ପୂର୍ବରୁ କେବେ ପେଙ୍ଗୁଇନଙ୍କ ଠାରେ ବାର୍ଡ ଫ୍ଲୁ ଲକ୍ଷଣ ଦେଖା ଯାଇନଥିବାରୁ ଏ ସମ୍ପର୍କରେ ଗବେଷଣା ମଧ୍ୟ ସୀମିତ ହୋଇଛି। ହେଲେ ବାର୍ଡ ଫ୍ଲୁ ଭୂତାଣୁ ତୀବ୍ର ଭାବରେ ବ୍ୟାପି ଚାଲିଥିବାରୁ ଗବେଷକମାନଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଏପର୍ଯ୍ୟନ୍ତ ଗବେଷକମାନେ ବାର୍ଡ ଫ୍ଲୁ ଆକ୍ରାନ୍ତ ୯ଟି ଆଡେଲି ଓ ଗୋଟିଏ ଆଣ୍ଟାର୍କଟିକ କର୍ମୋରାଣ୍ଟ ପେଙ୍ଗୁଇନର ସନ୍ଧାନ ପାଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.