Below header

ଆଜି ବିଧାନସଭାରେ ବିବୃତ୍ତି ରଖିବେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ

ଭୁବନେଶ୍ବର: ଆଜି ବିଧାନସଭାରେ ବିବୃତ୍ତି ରଖିବେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ। ଧାନ କିଣାରେ ଟୋକନକୁ ନେଇ ସୃଷ୍ଟି ହୋଇଥିବା ବିବାଦରେ ଗୃହରେ ବିରୋଧୀ ସରକାରଙ୍କୁ ଘେରିବା ପରେ ମନ୍ତ୍ରୀ ଗୃହରେ ବିବୃତ୍ତି ରଖିଥିଲେ । କିନ୍ତୁ କୌଣସି ତଥ୍ୟ ଏବେ ମୋ ପାଖରେ ନାହିଁ। ସୋମବାର ସବିଶେଷ ତଥ୍ୟ ସହ ଗୃହରେ ବିବୃତ୍ତି ରଖିବେ ବୋଲି ମନ୍ତ୍ରୀ କହିଥିଲେ। ଗୋଟିଏ ପଟେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ଟୋକନ ବ୍ୟବସ୍ଥା ଲାଗୁ କରିବା ପାଇଁ କହି ଆସୁଥିବା ବେଳେ ସମ୍ବଲପୁରରେ ଚାଷୀଙ୍କ ଆନ୍ଦୋଳନରେ ଓଲଟା କଥା କହିଥିଲେ ମନ୍ତ୍ରୀ ସୁଶାନ୍ତ ସିଂ ଓ ସରକାରୀ ଦଳ ଉପ ମୁଖ୍ୟ ସଚେତକ। ରାଜ୍ୟରେ ଦୁଇଟି ନିୟମ କାହିିଁକି ବୋଲି ବିରୋଧୀ ପ୍ରଶ୍ନ କରିଥିଲେ । ସମ୍ବଲପୁର ପାଇଁ ଗୋଟିଏ ଓ ଅନ୍ୟ ଅଞ୍ଚଳ ପାଇଁ ଟୋକନ ବ୍ୟବସ୍ଥା ଭିନ୍ନ, ଏହାକୁ ନେଇ ବିଧାନସଭାରେ ବିରୋଧୀ ଗର୍ଜିଥିଲେ । କାହା କଥାକୁ ଚାଷୀ ଗ୍ରହଣ କରିବେ ତାହା ସ୍ପଷ୍ଟୀକରଣ ଦିଅନ୍ତୁ ବୋଲି ବିରୋଧୀ ଦାବି କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.