ଓମଫେଡକୁ ବନ୍ଦ କରିବାକୁ ଚାଲିଛି ବିଧିବଦ୍ଧ ଷଡ଼ଯନ୍ତ୍ର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଲା ଓଡ଼ିଶା ବିକାଶ ମଞ୍ଚ

କେନ୍ୟୁଜ୍(ବ୍ୟୁରୋ):  ଓମଫେଡକୁ ବନ୍ଦ କରିବାକୁ ଚାଲିଛି ବିଧିବଦ୍ଧ ଷଡ଼ଯନ୍ତ୍ର। ଷଡ଼ଯନ୍ତ୍ରକାରୀଙ୍କୁ ଚିହ୍ନଟ କରି ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କଲା ଓଡ଼ିଶା ବିକାଶ ମଞ୍ଚ। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି କାର୍ଯ୍ୟାନୁଷ୍ଠାନ ଦାବି କରିଛି ମଞ୍ଚ। ଦୀର୍ଘ ୪୦ବର୍ଷ ଧରି ଓମଫେଡ ରାଜ୍ୟର ଲକ୍ଷଲକ୍ଷ ଲୋକଙ୍କ ଜୀବନ ଜୀବିକାର ଉତ୍ସ ପାଲଟିଛି।

ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଏହା ଉପରେ ନିର୍ଭର କରି ବହୁ ଲୋକ ପରିବାର ପୋଷଣ କରୁଛନ୍ତି। ଗତ କିଛି ଦିନ ଧରି ଓମଫେଡ ବିରୋଧରେ ଅପପ୍ରଚାର, ଆରୋପ ଓ ଆକ୍ଷେପ ଉଠିଛି। ଏଥିରୁ ଓମଫେଡ ବିରୋଧରେ ଚାଲିଥିବା ଷଡ଼ଯନ୍ତ୍ରର ଆଭାସ ଆସୁଥିବା ଅଭିଯୋଗ କରିଛି ଓଡିଶା ବିକାଶ ମଞ୍ଚ। ମୁଖ୍ୟମନ୍ତ୍ରୀ ଷଡ଼ଯନ୍ତ୍ରକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଚିଠିରେ ଉଲ୍ଲେଖ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.