ଆତ୍ମନିର୍ଭର ବର! ନିଜର ହିଁ ବିବାହରେ ବ୍ୟାଣ୍ଡ ବଜାଇଲା ବର, ଦେଖି ଆଚମ୍ବିତ ହୋଇଗଲା କନ୍ୟା, ଦେଖନ୍ତୁ ଭିଡିଓ

ସୋସିଆଲ ମିଡିଆରେ ବିବାହର ଏକ ଭିଡ଼ିଓ ଖୁବ ଭାଇରଲ ହେଉଛି, ଯାହାକୁ ଦେଖି ଆପଣ ବି ହସି ହସି ଗଡ଼ିଯିବେ। ବର ନିଜର ହିଁ ବିବାହରେ ବ୍ୟାଣ୍ଡ ବଜାଉଥିବା ନଜର ଆସୁଛି। ବିବାହ ଜୋଡ଼ାରେ ବର ଯେଉଁଭଳି ଭାବେ ବ୍ୟାଣ୍ଡ ବଜାଉଛି, ତାହା ଅନେକ ଲୋକଙ୍କୁ ଆକର୍ଷିତ କରିଛି। ପଛରେ କନ୍ୟା ମଧ୍ୟ ଛିଡ଼ା ହୋଇ ଏହାକୁ ଦେଖୁଛି।

ଆଇପିଏସ ଅଫିସର ରୂପିନ ଶର୍ମା ଏହି ଭିଡିଓକୁ ସେୟାର କରି ମଜାଦାର ରିଆକ୍ସନ ମଧ୍ୟ ଦେଇଛନ୍ତି। ଭିଡିଓରେ ଦେଖାଯାଉଛି କି, ବର ବ୍ୟାଣ୍ଡ ବଜାଉଥିବା ବେଳେ ପାଖରେ ସ୍ପୀକର ଲଗାଯାଇଛି, ଯେଉଁଥିରେ ମ୍ୟୁଜିକ ଚାଲୁଛି। କହି ରଖୁଛୁ, କରୋନା ଭାଇରସ ଯୋଗୁ କମ ଲୋକଙ୍କୁ ନେଇ ବିବାହ କରିବାକୁ ନିର୍ଦ୍ଦେଶ ରହିଛି। ଆଉ ଏହାରି ଭିତରେ ଏହି ଭିଡ଼ିଓ ଭାଇରଲ ହେଉଛି।

ରୂପିନ ଶର୍ମା ଭିଡିଓ ସେୟାର କରି କ୍ୟାପସନ ଲେଖିଛନ୍ତି କି, ‘ଆତ୍ମନିର୍ଭର ବର’। ୧୨ ମେ’ରେ ସେୟାର କରାଯାଇଥିବା ଏହି ଭିଡିଓକୁ ଏ ପର୍ଯ୍ୟନ୍ତ ଶତାଧିକ ଭିୟୁଜ ମିଳି ସାରିଲାଣି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.