ଭିଏଲଡବ୍‌ଲ୍ୟୁ ସ୍ମିତାରାଣୀ ମୃତ୍ୟୁକୁ ନେଇ ବିଜେପି ପକ୍ଷରୁ ଆଜି ୧୨ ଘଣ୍ଟିଆ ଯାଜପୁର ବନ୍ଦ ଡାକରା

ଯାଜପୁର(କେନ୍ୟୁଜ୍): ଆଜି ୧୨ ଘଣ୍ଟିଆ ଯାଜପୁର ବନ୍ଦ । ହରିଦାସପୁର ଭିଏଲଡବ୍‌ଲ୍ୟୁ ସ୍ମିତାରାଣୀ ମୃତ୍ୟୁ ମାମଲାକୁ ନେଇ ବିଜେପିର ୧୨ ଘଣ୍ଟିଆ ବନ୍ଦ ଡାକରା । ପୋଲିସ ସଠିକ ଭାବେ ତଦନ୍ତ ନକରି ତରବରିଆ ଭାବେ ପଦକ୍ଷେପ କାହିଁକି ଗ୍ରହଣ କରିଛି ବୋଲି ପ୍ରଶ୍ନ କରିଛନ୍ତି ଦଳ । ଘଟଣାକୁ ଚପାଇ ଦେବାକୁ ପ୍ରୟାୟ କରାଯାଉଛି । ସ୍ମିତାରାଣୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ବିଜେପିର ଫ୍ୟାକଟ୍‌ ଫାଇଣ୍ଡିଂ ଟିମ ଲୋକଙ୍କ ଠାରୁ ସୂଚନା ପାଇଛି । ତେଣୁ ତୁରନ୍ତ ଅଭିଯୁକ୍ତକୁ ରିମାଣ୍ଡରେ ଆଣି ପଚରା ଉଚରା କରାଯାଉ । ଏହା ସହ ଅନ୍ୟ ଅଭିଯକ୍ତଙ୍କୁ ମଧ୍ୟ ଖୋଜିବା ପାଇଁ ପୋଲିସ ଉଦ୍ୟମ କରୁ ବୋଲି ଦଳ କହିଛି । ସ୍ମିତାରାଣୀଙ୍କୁ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା ଅଭିଯୋଗରେ ସରପଞ୍ଚଙ୍କ ସ୍ୱାମୀ ରୂପେଶ ଭଦ୍ର ଗିରଫ କରିଛି ପୋଲିସ । ବହୁ ଦିନରୁ ଦୁଇଜଣଙ୍କ ମଧ୍ୟରେ ସମ୍ପର୍କ ରହିଥିଲା । ହେଲେ କିଛି ଦିନ ହେବ ଉଭୟଙ୍କ ସମ୍ପର୍କରେ ତିକ୍ତତା ଦେଖାଦେଇଥିଲା । ବିଭିନ୍ନ ପ୍ରସଙ୍ଗରେ ସ୍ମିତାରାଣୀ ଓ ରୂପେଶଙ୍କ ମଧ୍ୟରେ ମତଭେଦ ରହୁଥିଲା ବୋଲ ପୋଲିସ କହିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.