Below header

ରାଜ୍ୟ ବଜେଟ୍ ୨୦୨୨-୨୩ ; କେଉଁ ଯୋଜନା ପାଇଁ କେତେ ଖର୍ଚ୍ଚ କରିବେ ସରକାର?

ଭୁବନେଶ୍ୱର (କେନ୍ୟୁଜ): ବିଧାନସଭାରେ ଉପସ୍ଥାପିତ ହୋଇଛି ୪ ମାସ ପାଇଁ କାମଚଳା ବଜେଟ୍‌ । ଆସନ୍ତା ଆର୍ଥିକ ବର୍ଷରେ ଓଡ଼ିଶାର ଅଭିବୃଦ୍ଧି ୯ରୁ ୯.୫ ପ୍ରତିଶତ ରହିବ । ଯାହା ଦେଶର ଅଭିବୃଦ୍ଧି ହାରଠାରୁ ଅଧିକ । ଆର୍‌ବିଆଇ ମୁତାବକ ଦେଶର ଅଭିବୃଦ୍ଧି ୭ରୁ ୮ ପ୍ରତିଶତ ରହିବ । ଆଜି ବିଧାନସଭାରେ କାମଚଳା ବଜେଟ୍‌ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ଏହାର ଆକାର ୧ଲକ୍ଷ ୬ ହଜାର କୋଟି ଟଙ୍କା । ଏଥିରେ ପଞ୍ଚାୟତିରାଜ ବିଭାଗ ପାଇଁ ୧୧ହଜାର ୧୨୩ କୋଟି, ଅର୍ଥ ବିଭାଗ ପାଇଁ ୧୮ହଜାର ୫୪୨ କୋଟି, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପାଇଁ ୧୦ହଜାର ୧୬୫ କୋଟିର ବ୍ୟୟବରାଦ ହୋଇଛି । ଜଳସମ୍ପଦ ବିଭାଗ ବ୍ୟବରାଦ ରହିଛି ୫୦୨୫ କୋଟି ଟଙ୍କା । ସ୍ୱାସ୍ଥ୍ୟ ବିଭାଗକୁ ୫୭୫୩ କୋଟି, ବିପର୍ଯ୍ୟୟ ପରିଚାଳନା ପାଇଁ ୬ହଜାର ୪୪୪ କୋଟି, କୃଷି ପାଇଁ ୩୨୩୮ କୋଟି, ଗ୍ରାମ୍ୟ ଉନ୍ନୟନ ବିଭାଗ ପାଇଁ ୩୨୭୯ କୋଟି ବ୍ୟୟବରାଦ ହୋଇଛି ।

କେଉଁ ଯୋଜନା ପାଇଁ କେତେ :

ଶକ୍ତି ବିଭାଗ ପାଇଁ ୧୭୩୯ କୋଟି

ମହିଳା ଓ ଶିଶୁ ବିକାଶ ବିଭାଗ ପାଇଁ ୧୭୮୩ କୋଟି

ଉଚ୍ଚଶିକ୍ଷା ବିଭାଗ ପାଇଁ ୧୪୦୩ କୋଟି

ନିର୍ମାଣ ବିଭାଗ ପାଇଁ ୪୩୧୬ କୋଟି

ଅର୍ଥ ବିଭାଗ ପାଇଁ ୧୮,୫୪୨ କୋଟିର ବ୍ୟୟ ବରାଦ

ସ୍ୱରାଷ୍ଟ୍ର ବିଭାଗ ପାଇଁ ୩୧୮୮ କୋଟି

ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗକୁ ୬୦୨ କୋଟି

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ୫୭୫୩ କୋଟି

କ୍ରୀଡ଼ା ଓ ଯୁବସେବା ବିଭାଗକୁ ୩୦୦ କୋଟି

ଗୃହ ନିର୍ମାଣ ଓ ପୌର ଉନ୍ନୟନ ବିଭାଗ ପାଇଁ ୩୨୫୪ କୋଟି

ବିଜୁ ଏକ୍ସପ୍ରେସ େଓ୍ଵ ପାଇଁ ୩୦୦ କୋଟି

ପୁରୀ ଅବଢ଼ା ଯୋଜନା ପାଇଁ ୧୪୦୮ କୋଟି

ଏକାମ୍ର ଯୋଜନା ପାଇଁ ୨୦୦ କୋଟି

ସମଲେଇ ଯୋଜନା ପାଇଁ ୨୦୦ କୋଟି

ବିଜୁସେତୁ ଯୋଜନା ପାଇଁ ୧୬୮୮ କୋଟି

PMGSY ପାଇଁ ୧୧୦୦ କୋଟି

ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ପାଇଁ ୬୭୫ କୋଟି

କାଳିଆ ଯୋଜନା ପାଇଁ ୧୮୭୪ କୋଟି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.