ରାସ୍ତା ନାହିଁ କି ନେଟଓ୍ଵାର୍କ ନାହିଁ, ଖଟିଆରେ ଆମ୍ବୁଲାନ୍ସ ଯାଏ ଆସିଲେ ଗର୍ଭବତୀ

କେନ୍ଦୁଝର (କେନ୍ୟୁଜ୍‌) : ଦୁର୍ଗମ ଅଞ୍ଚଳରେ ରାସ୍ତା ନାହିଁ କି ମୋବାଇଲ ନେଟୱାର୍କ ମଧ୍ୟ ନାହିଁ । ଆମ୍ବୁଲାନ୍ସ ପହଞ୍ଚିବ କେମିତି ? ତେଣୁ ଯନ୍ତ୍ରଣା ପାଇଲେ ଜଣେ ଗର୍ଭବତୀ । ଏହି କାରଣରୁ ତାଙ୍କ ପାଖରେ ଆମ୍ବୁଲାନ୍ସ ପହଞ୍ଚି ପାରିଲାନି । ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ ତାଳପଦା ପଞ୍ଚୟତ ମୁଣ୍ଡାସାହିରେ।

ମୁଣ୍ଡାସାହିର ଗର୍ଭବତୀ ମହିଳା ଶାନ୍ତି ମୁଣ୍ଡାଙ୍କର ଆଜି ସକାଳେ ଗର୍ଭଯନ୍ତ୍ରଣା ଅନୁଭବ ହୋଇଥିଲା । ଗାଁରେ ମୋବାଇଲ ନେଟୱର୍କ ନଥିବାରୁ ତାଙ୍କ ସ୍ୱାମୀ ତିନି କିଲୋମିଟର ଚାଲି ଚାଲି ଆସି ତାଳପଦା ଗାଁରେ ପହଞ୍ଚି ଥିଲେ। ଆଶା ଦିଦିଙ୍କ ଘରକୁ ଯାଇ ଖବର ଦେଇଥିଲେ। କିନ୍ତୁ ତାଳପଦା ଗାଁରେ ମଧ୍ୟ ମୋବାଇଲ ନେଟୱାର୍କ ନଥିବାରୁ ଅନ୍ୟ ଏକ ଜାଗାକୁ ଯାଇ ୧୦୨ ଆମ୍ବୁଲାନ୍ସକୁ ଫୋନ କରିଥିଲେ। ସେଠାରେ ଆମ୍ବୁଲାନ୍ସ ପହଞ୍ଚି ଗର୍ଭବତୀ ମହିଳାଙ୍କୁ ଡାକ୍ତରଖାନା ନେଇଥିଲା ।

ଆଜି ସକାଳ ୭ଟା ସମୟରେ ନେଟୱାର୍କ ଜାଗା କୁଯାଇ ଆଶା ଦିଦି ଫୋନ କରିଥିଲେ । ଫୋନ ପାଇ ୧୦୨ ଅମୁଲାନ୍ସ ତାଳପଦା ଗାଁକୁ ଯାଇଥିଲା । ତେବେ ମୁଣ୍ଡା ସାହିକୁ ରାସ୍ତା ନଥିବାରୁ ୪ ଜଣ ଲୋକ ଖଟରେ ବୋହି ପ୍ରସୂତୀଙ୍କୁ ଅମ୍ବୁଲାନ୍ସ ପାଖକୁ ଆଣିଥିଲେ । ଅବଶ୍ୟ ସୁରକ୍ଷିତ ଅବସ୍ଥାରେ ତେଲକୋଇ ସ୍ୱାସ୍ଥ୍ୟ କେନ୍ଦ୍ରରେ ତାଙ୍କୁ ଭର୍ତ୍ତି କରାଯାଇଛି ଓ ସେ ସୁସ୍ଥ ଥିବା ସୂଚନା ମିଳିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.