Below header

ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି, ୬ଟି ପ୍ରସ୍ତାବ ଉପରେ ଲାଗିଛି ମୋହର

ଭୁବନେଶ୍ବର(କେନ୍ୟୁଜ୍): ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି। ୬ଟି ପ୍ରସ୍ତାବ ଉପରେ ଲାଗିଛି ମୋହର। ପୁରୀ ଶ୍ରୀମନ୍ଦିରର ସୁରକ୍ଷା ପାଇଁ ମଧ୍ୟ କ୍ୟାବିନେଟରେ ପ୍ରସ୍ତାବ ଅନୁମୋଦନ ହୋଇଛି। ଜଷ୍ଟିସ ବିପି ଦାସ କମିସନଙ୍କ ରିପୋର୍ଟ ଅନୁସାରେ କିଛି ସୁପାରିଶକୁ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ହୋଇଛି। ଏହି ପ୍ରସ୍ତାବ ଅନୁସାରେ ଶ୍ରୀମନ୍ଦିର ଚାରିପାଖରେ ତୀର୍ଥଯାତ୍ରୀଙ୍କ ୭୫ମିଟର ଜାଗା ଖାଲି କରାଯାଇ ରାସ୍ତା ନିର୍ମାଣ ହେବ। ଏଥିପାଇଁ ମନ୍ଦିର ପାଚେରୀ କଡ଼ରେ ଥିବା ନିର୍ମାଣକୁ ଭଙ୍ଗା ଯିବ। ଶ୍ରୀମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି।

ସେହିପରି ରାଜ୍ୟ ପରିବହନ ନିଗମ ପୁନର୍ଗଠନ ପାଇଁ ନିଷ୍ପତ୍ତି ହୋଇଛି। ବର୍ତ୍ତମାନ ଓଏସଆରସିଟି ୧୭୦କୋଟି ଟଙ୍କା ଆର୍ଥିକ କ୍ଷତିରେ ଥିବାରୁ ଏହାର ପୁନରୁଦ୍ଧାର ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ରାଜ୍ୟରେ ଗଠିତ ହେବ ମାରିଟାଇମ ବୋର୍ଡ। ଏଥିରେ ଆର୍ଥିକ କ୍ଷମତା ରହିବ। ୧୨ଜଣିଆ ବୋର୍ଡର ଅଧ୍ୟକ୍ଷ ରହିବେ ମୁଖ୍ୟଶାସନ ସଚିବ। ଏହା ସହ ଓଡ଼ିଶା ପୋଲିସ ସର୍ଭିସ ରୁଲ ୨୦୧୩ର ସଂଶୋଧନ ମଧ୍ୟ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.