5-T ସଚିବ ଓ ମୁଖ୍ୟ ଶାସନ ସଚିବଙ୍କ ବଲାଙ୍ଗିର ଓ ବରଗଡ ଗସ୍ତ, କୋଭିଡ୍‌ ହସ୍ପିଟାଲର କଲେ ସ୍ଥିତି ସମୀକ୍ଷା

ବଲାଙ୍ଗିର: ବଲାଙ୍ଗିରରେ ମୁଖ୍ୟ ସଚିବ ଅସିତ ତ୍ରିପାଠୀ । 5-T ସଚିବ ଭି.କେ ପାଣ୍ଡିଆନ୍‌ଙ୍କ ସହ ବଲାଙ୍ଗିର ଜିଲ୍ଲାରେ ପ୍ରତିଷ୍ଠା ହୋଇଥିବା କୋଭିଡ୍‌ ହସ୍ପିଟାଲ ପରିଦର୍ଶନ କରିଛନ୍ତି । ବଲାଙ୍ଗିରରେ ୨ ଶହ ଆଇସୋଲେସନ୍‌ ଶଯ୍ୟା ବିଶିଷ୍ଟ କୋଭିଡ୍‌ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଛି । ଆଇସୋଲେସନ୍‌ ଶଯ୍ୟା କାର୍ଯ୍ୟକ୍ଷମ ହୋଇ ସାରିଥିବା ବେଳେ ଏକ ସପ୍ତାହ ମଧ୍ୟରେ ୨୦ଟି ଆଇସିୟୁ ଶଯ୍ୟା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । କୋଭିଡ୍‌ ହସ୍ପିଟାଲର ସ୍ଥିତି ସମୀକ୍ଷା ସହ ଲକ୍‌ଡାଉନ୍‌ ପରେ ଜିଲ୍ଲାରେ ଆରମ୍ଭ ହୋଇଥିବା କୃଷି କାର୍ଯ୍ୟର ସମୀକ୍ଷା କରିଛନ୍ତି ।

5t visit

ଏହାସହିତ ବରଗଡ଼ରେ ମଧ୍ଯ ମୁଖ୍ୟ ଶାସନ ସଚିବ ଓ 5T ସଚିବ ପହଁଚି ଜିଲ୍ଲାର କୋଭିଡ ହସ୍ପିଟାଲ ପରିଦର୍ଶନ କରିଛନ୍ତି ।  ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ହେବାକୁ ଥିବା ୨୦୦ ବେଡ ବିଶିଷ୍ଟ କୋଭିଡ ହସ୍ପିଟାଲର ସ୍ଥିତି ସମୀକ୍ଷା କରିଛନ୍ତି ଉଭୟ ସଚିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.