ପ୍ରକାଶ ପାଇଲା ଓଡ଼ିଶା ସିଭିଲ ସର୍ଭିସ୍‌ ଲିଖିତ ପରୀକ୍ଷା ଫଳ, ୭୮୫ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ

ଭୁବନେଶ୍ୱର(କେନ୍ୟୁଜ୍): ପ୍ରକାଶ ପାଇଛି ଓଡ଼ିଶା ସିଭିଲ ସର୍ଭିସ୍‌ ଲିଖିତ ପରୀକ୍ଷା ଫଳ । ଓଡ଼ିଶା ଲୋକସେବା ଆୟୋଗ ଦ୍ୱାରା ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସ୍‌-୨୦୨୦ ଲିଖିତ ପରୀକ୍ଷାରେ ୭୮୫ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୮୭ ଜଣ ମହିଳା ରହିଛନ୍ତି । ଓପିଏସସି ୱେବସାଇଟରୁ ନିଜ ପରୀକ୍ଷା ଫଳ ଜାଣିପାରିବେ ପରୀକ୍ଷାର୍ଥୀ ।

ଆସନ୍ତା ୧୯ ତାରିଖରୁ ଆରମ୍ଭ ହେବ ପ୍ରମାଣ ପତ୍ର ଯାଞ୍ଚ ଓ ସାକ୍ଷାତକାର ପ୍ରକ୍ରିୟା । ଏହି ପ୍ରକ୍ରିୟାର ସମ୍ପୁର୍ଣ୍ଣ ସୂଚୀ ଖୁବଶୀଘ୍ର ବିଜ୍ଞପ୍ତି ମାଧ୍ୟମରେ ପ୍ରାର୍ଥୀଙ୍କୁ ଅବଗତ କରାଯିବ ବୋଲି ସୂଚନା ମିଳିଛି । ଗତ ଜାନୁଆରୀ ୨୦ ତାରିଖରୁ ଫେବୃୟାରୀ ୮ ତାରିଖ ଯାଏ ପରୀକ୍ଷା ଚାଲିଥିଲା । ୫ଟି ଜୋନର ୧୬ଟି ପରୀକ୍ଷା କେନ୍ଦ୍ରରେ ପ୍ରାୟ ୪ ହଜାର ୭୫୪ ପରୀକ୍ଷାର୍ଥୀ ପରିକ୍ଷା ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.