IAS-IPSଙ୍କ ଡେପୁଟେସନ ନିୟମ ସଂଶୋଧନ ପ୍ରସଙ୍ଗ, କେନ୍ଦ୍ର ପ୍ରସ୍ତାବରେ ଓଡ଼ିଶା ରାଜି ନୁହେଁ

କେନ୍ଯୁଜ୍: IAS-IPSଙ୍କ ଡେପୁଟେସନ ନିୟମ ସଂଶୋଧନ ପ୍ରସଙ୍ଗ । କେନ୍ଦ୍ର ପ୍ରସ୍ତାବରେ ଓଡ଼ିଶା ଅସହମତ । କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରସ୍ତାବିତ ଭାରତୀୟ ପ୍ରଶାସନିକ ସେବା ନିୟମ ୧୯୫୪ର ଧାରା ୬ରେ ସଂଶୋଧନ ପ୍ରସ୍ତାବ ଉପରେ ଓଡ଼ିଶା ସମ୍ମତି ପ୍ରକାଶ କରିନାହିଁ । ଭାରତ ସରକାରଙ୍କ କାର୍ମିକ ଓ ପ୍ରଶିକ୍ଷଣ ବିଭାଗ ପକ୍ଷରୁ ଦିଆଯାଇଥିବା ସଂଶୋଧନ ପ୍ରସ୍ତାବରେ ରାଜ୍ୟ ଅସହମତ ପ୍ରକାଶ କରି କେନ୍ଦ୍ରକୁ ଜଣାଇଦେଇଛି ।

ଅନ୍ୟପକ୍ଷରେ ପୂର୍ବ ପ୍ରଚଳିତ ନିୟମ ଉତ୍ତମ ବୋଲି ଉଲ୍ଲେଖ କରି ଏହାକୁ ଜାରି ରଖିବାକୁ ରାଜ୍ୟ ପ୍ରସ୍ତାବ ଦେଇଛି । ପୂର୍ବରୁ ମହାରାଷ୍ଟ୍ର, କେରଳ, ତାମିଲନାଡୁ, ପଶ୍ଚିମବଙ୍ଗ, ତେଲେଙ୍ଗାନା, ଛତିଶଗଡ଼ ଓ ରାଜସ୍ଥାନ ସରକାର ଖୋଲାଖୋଲି କେନ୍ଦ୍ରର ଏହି ସଂଶୋଧନ ପ୍ରସ୍ତାବକୁ ବିରୋଧ କରିଛନ୍ତି ।

ଏପରିକି ବିଜେପି ଅଂଶୀଦାର ଥିବା ବିହାର ସରକାର ମଧ୍ୟ ଏହାକୁ ବିରୋଧ କରୁଛନ୍ତି । ସଂଶୋଧନ ପ୍ରସ୍ତାବ ଉପରେ ନିଜ ନିଜର ସମ୍ମତି ଜଣାଇବା ପାଇଁ ୧୨ ତାରିଖରେ କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ଚିଠି ଲେଖିଥିଲେ । ଜାନୁଆରୀ ୨୫ ତାରିଖ ମଧ୍ୟରେ ଏହାର ମତାମତ ରଖିପା ଇଁ ଉଲ୍ଲେଖ କରାଯାଇଥିଲା ।

କେନ୍ଦ୍ରକୁ ଡେପୁଟେସନ୍‌ IAS, IPS ଓ IFS ଅଫିସରଙ୍କ ପାଇଁ ବାଧ୍ୟତାମୂଳକ ହୋଇପାରିବ ନାହିଁ। ଅଫିସରଙ୍କ ଇଛା ବି ଦରକାର ବୋଲି କହିଲେ ସାଂସଦ ଅମର ପଟ୍ଟନାୟକ। ନୂଆ ନିୟମ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଥିବା ସମନ୍ଵୟକୁ ପ୍ରଭାବିତ କରିବ ବୋଲି ସେ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.