ପରସ୍ପରର ମୁହଁ ବନ୍ଦ କଲେ ରାଜକୁମାର ଓ ଭୂମି, ଆଉ ଇନଷ୍ଟାରେ କଲେ ପୋଷ୍ଟ

ରାଜକୁମାର ରାଓ ଓ ଭୂମି ପେଡେନକରଙ୍କ ଫିଲ୍ମ ‘ବଧାଇ ଦୋ’ର ପୋଷ୍ଟର ରିଲିଜ ହୋଇଛି। ଯାହା ଖୁବଶୀଘ୍ର ରିଲିଜ ହେବ । ଏହି ପୋଷ୍ଟରରେ ରାଜକୁମାର ରାଓ ଜଣେ ପୋଲିସ ଅଫିସର ଭୂମିକାରେ ନଜର ଆସିବେ। ଆଉ ଭୂମି ତାଙ୍କ ପତ୍ନୀ ଭୂମିକାରେ ଦେଖିବାକୁ ମିଳିବେ। ଏହାର ଟ୍ରେଲର ରିଲିଜ ହୋଇଛି। ଏହି ଫିଲ୍ମର ଫାଷ୍ଟ ଲୁକ୍‌କୁ ଭୂମି ଏବଂ ରାଜକୁମାର ନିଜ ଇନଷ୍ଟା ଆକାଉଣ୍ଟରେ ସେୟାର କରିଛନ୍ତି।

ରାଜକୁମାର ରାଓ ନିଜର ଇନଷ୍ଟା ଆକାଉଣ୍ଟରେ ‘ବଧାଇ ଦୋ’ର ପୋଷ୍ଟର ସେୟାର କରିଛନ୍ତି। ପୋଷ୍ଟରରେ ଦୁହେଁ ଦୁହିଁଙ୍କର ମୁହଁ ବନ୍ଦ କରିଥିବା ନଜର ଆସିଛନ୍ତି। ଏହା ୨୬ ଜାନୁଆରୀରେ ରିଲିଜ ହେବାର ଥିଲା କିନ୍ତୁ କୋଭିଡ କାରଣରୁ ଏହାର ରିଲିଜ ଡେଟ୍‌କୁ ଘୁଞ୍ଚାଇ ଦିଆଯାଇଛି।

‘ବଧାଇ ଦୋ’ ଫିଲ୍ମର ନିର୍ଦ୍ଦେଶନା ହର୍ଷବର୍ଦ୍ଧନ କୁଲକର୍ଣ୍ଣୀ ଦେଉଥିବା ବେଳେ ବିନୀତ ଜୈନ ପ୍ରଯୋଜନା ଦେଉଛନ୍ତି। ୨୦୧୮ରେ ଆସିଥିବା ଫିଲ୍ମ ‘ବଧାଇ ହୋ’ ର ସିକ୍ୱେଲ। ଯେଉଁଥିରେ ଆୟୁଷ୍ମାନ ଖୁରାନା ଏବଂ ସାନ୍ୟା ମଲହୋତ୍ରା ନଜର ଆସିଥିଲେ। ଏହି ଫିଲ୍ମର ଅମିତ ଶର୍ମା ନିର୍ଦ୍ଦେଶନା ଦେଇଥିଲେ।

video courtesy: Junglee Pictures