Below header

SBI ଗ୍ରାହକଙ୍କ ପାଇଁ ଜରୁରୀ ସୂଚନା ; ଏବେ ଏହି ଟୋଲ୍ ଫ୍ରି ନମ୍ବରରେ ଘରେ ବସି ପାଇପାରିବେ ସବୁ ସୁବିଧା

ଏସବିଆଇ ଗ୍ରାହକଙ୍କ ପାଇଁ ଖୁସି ଖବର। ଏଣିକି ଆଉ ଛୋଟମୋଟ କାମ ପାଇଁ ଆପଣଙ୍କୁ ବ୍ୟାଙ୍କ୍ ଆଉ ଯିବାକୁ ପଡିବନି । ଘରେ ବସି ଅତି ସହଜରେ ଆଉ ସୁବିଧାରେ ଆପଣ କରିପାରିବେ ସବୁକିଛି ବ୍ୟାଙ୍କ୍ କାମ । ଦେଶର ବୃହତ୍ତମ ପବ୍ଲିକ ସେକ୍ଟର ବ୍ୟାଙ୍କ ଏସବିଆଇ ଗ୍ରାହକଙ୍କ ପାଇଁ ବ୍ୟାଙ୍କିଙ୍ଗ ସେବାରେ ଉନ୍ନତି ଆଣିବାକୁ ଚେଷ୍ଟା କରୁଛି। ଏହି କ୍ରମରେ SBI ଏକ ଟୋଲ୍ ଫ୍ରି ନମ୍ବର ୧୮୦୦୧୨୩୪ ପ୍ରଦାନ କରିଛି ଯାହା ଦ୍ୱାରା ଆପଣ ଘରେ ବସି ବିଭିନ୍ନ ସୁବିଧା ପାଇପାରିବେ ।

ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ଦେଇଥିବା ସୂଚନା ଅନୁଯାୟୀ, ଏହି ଟୋଲ୍ ଫ୍ରି ନମ୍ବରକୁ କଲ କରି ଆପଣ ଆପଣଙ୍କର ବ୍ୟାଙ୍କ ବାଲାନ୍ସ ଚେକ୍ କରିବା ସହିତ ଟ୍ରାଞ୍ଜାକ୍ସନ୍ ଡିଟେଲ୍ସ ମଧ୍ୟ ଜାଣିପାରିବେ । ଏହା ସହିତ ଆକାଉଂଟ ସମ୍ଭନ୍ଧିତ ଅନେକ ଜରୁରୀ ତଥ୍ୟ ମଧ୍ୟ ଏହି ଟୋଲ ଫ୍ରି ନମ୍ବର ସାହାଯ୍ୟରେ ମିଳିପାରିବ ।

ଏସବିଆଇ ଟ୍ୱିଟ୍ କରି କହିଛି ଘରେ ରୁହ, ସୁରକ୍ଷିତ ରୁହ । ଏସବିଆଇ ଆପଣଙ୍କୁ ସୁବିଧା ପାଇଁ ସେବା ପ୍ରଦାନ କରୁଛି । ଯାହାକି ଆପଣଙ୍କୁ ବ୍ୟାଙ୍କିଙ୍ଗ୍ କ୍ଷେତ୍ରରେ ସହାୟତା କରିବ । ଆମର ଟୋଲ ଫ୍ରି ନମ୍ବର ୧୮୦୦୧୨୩୪ରେ କଲ୍ କରନ୍ତୁ ।

ଏହି ନମ୍ବରରେ କଲ୍ କରି ଆପଣ କେଉଁ କେଉଁ ସେବା ଘରେ ବସି ପାଇପାରିବେ ଜାଣନ୍ତୁ

SBI ର ଏହି ଟୋଲ୍ ଫ୍ରି ନମ୍ବର ସହିତ ଆପଣଙ୍କର ବ୍ୟାଙ୍କ ବାଲାନ୍ସ ଯାଞ୍ଚ କରିପାରିବେ।
ଏହି ଟୋଲ୍ ଫ୍ରି ନମ୍ବରକୁ କଲ କରି ଆପଣ ଆପଣଙ୍କର ଶେଷ ପାଞ୍ଚଟି ଟ୍ରାଞ୍ଜାକ୍ସନ୍ ବିଷୟରେ ସୂଚନା ପାଇପାରିବେ ।
SBI ର ଟୋଲ୍ ଫ୍ରି ନମ୍ବର ୧୮୦୦୧୨୩୪ ରେ ମେସେଜ୍ କରି ଆପଣ ଆପଣଙ୍କର ବ୍ୟାଙ୍କ ବାଲାନ୍ସ ଏବଂ ଶେଷ ପାଞ୍ଚଟି ଟ୍ରାଞ୍ଜାକ୍ସନ୍ ବିଷୟରେ ମଧ୍ୟ ସୂଚନା ପାଇପାରିବେ ।
ଏହି ଟୋଲ୍ ଫ୍ରି ନମ୍ବରରେ କଲ୍ କରି ଆପଣ ଏଟିଏମ୍ କାର୍ଡ ବ୍ଲକ୍ କରାଇ ପାରିବେ ।
ଆଉ ନୂଆ କାର୍ଡ ପାଇଁ ଆପ୍ଲାଏ ମଧ୍ୟ କରିପାରିବେ ।
ଆପଣ ଘରେ ବସିଥିବା ଆପଣଙ୍କ ଏଟିଏମ୍ କାର୍ଡର PIN ପିନ୍ ଜେନେରେଟ୍ ମଧ୍ୟ କରିପାରିବେ।
ଏହି ଟୋଲ୍ ଫ୍ରି ନମ୍ବରରେ ଉଭୟ କଲ୍ କିମ୍ବା ମେସେଜ୍ ମାଧ୍ୟମରେ ଏହି ସୁବିଧା ଉପଲବ୍ଧ ହୋଇପାରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.