ବମ୍ପର ଡିସକାଉଣ୍ଟ ! ୧୫ ହଜାର କମ୍ ଟଙ୍କାରୁ କମ୍ ଦାମରେ ମିଳିବ iPhone
ଯଦି ଆପଣ କମ୍ ଦାମରେ ନୂଆ ଆଇଫୋନ୍ କିଣିବାକୁ ଚାହୁଁଛନ୍ତି ତାହେଲେ ଆପଣଙ୍କ ପାଖରେ ସୁବର୍ଣ୍ଣ ସୁଯୋଗ। ଆପଲର ହ୍ୟାଣ୍ଡସେଟ୍ iPhone SE ରେ ବମ୍ପର୍ ଡିସକାଉଣ୍ଟ୍ ମିଳୁଛି । ସବୁ ଅଫର ପାଇବା ପରେ ଏହି ସ୍ମାର୍ଟଫୋନକୁ୧୫ହଜାର ଟଙ୍କାରୁ ବି କମ୍ ଦାମରେ କିଣିପାରିବେ । ଏହି ଅଫର କେବଳ ଇ-କମର୍ସ ସାଇଟ୍ ଫ୍ଲିପକାର୍ଟରେ ମିଳୁଛି । ଫ୍ଲିପକାର୍ଟ ଏହି ଫୋନରେ ଡିସକାଉଣ୍ଟ୍ ଛଡା ଏକ୍ସଚେଞ୍ଜ ଅଫର୍ ବି ଦେଉଛି ।
ଫ୍ଲିପକାର୍ଟରେ ଆପଲ୍ ଆଇଫୋନ୍ SEକୁ ୨୪ ପ୍ରତିଶତ ଡିସକାଉଣ୍ଟ ପରେ ୨୯,୯୯୯ ଟଙ୍କାରେ ପ୍ରାରମ୍ଭିକ ଦାମରେ ବିକ୍ରି କରାଯାଉଛି । ଏହି ଦାମ୍ ୬୪ ଜିବି ଭାରିଏଣ୍ଟ୍ ସହିତ ଆସିଥାଏ । ଫୋନ୍ ରେ ୬ ମାସ ପର୍ଯ୍ୟନ୍ତ Gaana Plus ମେମ୍ବରସିପ୍ ମାଗଣାରେ ମିଳୁଛି । ଏହା ବ୍ୟତୀତ ଆପଣ ପୁରୁଣା ଫୋନ୍ ଏକ୍ସଚେଞ୍ଜ୍ କରି ୧୫,୮୫୦ ଟଙ୍କା ଓ ଆହୁରି କମ୍ କରିପାରିବେ । ଏହିଭଳି ଅଫର୍ ୧୨୮ ଜିବି ଓ ୨୫୬ ଜିବି ମଡେଲରେ ବି ମିଳୁଛି ।
Apple iPhone SE ରେ ୬୨୫ ନିଟ୍ସ ମ୍ୟାକ୍ସ ବ୍ରାଇଟନେସ୍ ସହିତ ୪.୭ ଇଞ୍ଚ୍ HD LCD ରେଟିନା ଡିସପ୍ଲେ ରହିଛି । ଏହା ଥାର୍ଡ ଜେନେରେସନର ନ୍ୟୁରାଲ୍ ଇଞ୍ଜିନ୍ ସହିତ ଏ୧୩ ବାୟୋନିକ୍ ଚିପରେ କାମ କରିଥାଏ । ଏହା ତିନିଟି ଷ୍ଟୋରେଜ୍ ଭାରିଏଣ୍ଟ ସହିତ ଆସିଥାଏ । ୬୪ ଜିବି, ୧୨୮ ଜିବି ଏବଂ ୨୫୬ ଜିବି । ଫୋନର ଆଗ ପଟରେ ଟଚ୍ ଭାରିଆଣ୍ଟ୍ ମଧ୍ୟ ମିଳୁଛି, ଯାହା ନୂଆ ମଡେଲ ରେ ଦିଆଯାଉନାହିଁ।
ଏଥିରେ ଆପଣଙ୍କୁf/1.8 ଅପର୍ଚର ଯୁକ୍ତ ୧୨ ଏମପି ରିଅର କ୍ୟାମେରା ମିଳିବ। ଯାହା ଆପଣଙ୍କୁ ୪K, ୧୦୮୦p ଏବଂ ୭୨୦p ରେକର୍ଡ କରିବାର ଅନୁମତି ମିଳିଥାଏ।iPhoneSE ଫ୍ରଣ୍ଟରେ f/2.3 ଆପଚର ଯୁକ୍ତ ୭ ଏମପି ସେଲଫି କ୍ୟାମେରା ମିଳିବ।