Below header

ପୂଜା କମିଟିକୁ କମିଶନରେଟ ପୋଲିସର ଚେତାବନୀ, ଚାନ୍ଦା ମିଗିଲେ ହେବେ ବନ୍ଧା

କେନ୍ୟୁଜ୍(ବ୍ୟୁରୋ):  ପୂଜା କମିଟିକୁ କମିଶନରେଟ ପୋଲିସର ଚେତାବନୀ । ପୂଜା ନାମରେ ଜୋର ଜବରଦସ୍ତି ଚାନ୍ଦା ମାଗିଲେ ବାନ୍ଧିବ ପୋଲିସ । କାରଣ ଏହା ଦାଦାବଟି ସହ ସମାନ । ଗତ ୩ଦିନ ମଧ୍ୟରେ ଦାଦାବାଟି ମାଗିବା ଅଭିଯୋଗରେ ୧୩ ଜଣଙ୍କୁ ବାନ୍ଧିଛି ପୋଲିସ । ପାର୍ବଣ ଋତୁ ଶେଷ ଯାଏ ଏହି ଅଭିଯାନ ଜାରି ରହିବ ବୋଲି କହିଛନ୍ତି ଭୁବନେଶ୍ୱର ଡିସିପି ।

ଦାଦାବଟି ମାଗୁଥିବା ବ୍ୟକ୍ତିଙ୍କ ବିରୋଧରେ ପୋଲିସକୁ ଜନସାଧାରଣଙ୍କୁ ଜଣାନ୍ତୁ ବୋଲି ଅନୁରୋଧ କରିଛନ୍ତି ଡିସିପି । ସେହିଭଳି ପୂଜା ଦେଖିବା ପାଇଁ ମଣ୍ଡପକୁ ନଯାଇ ଘରେ ରହିବାକୁ ରାଜଧାନୀବାସୀଙ୍କୁ ନିବେଦନ କରିଛନ୍ତି ଭୁବନେଶ୍ୱର ଡିସିପି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.