ଗଣେଶ ପୂଜାରେ ରିଲିଜ ହେଲା ଓଡିଆ ଫିଲ୍ମ ‘କିସ୍‌ ମିସ୍‌’, ଓଡ଼ିଶାର ୩୩ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି

କଟକ(କେନ୍ୟୁଜ୍): କଟକ ବୃନ୍ଦାବନ ହଲରେ ରିଲିଜ ହୋଇଛି ଓଡିଆ ଫିଲ୍ମ ‘କିସ୍‌ ମିସ୍‌’ । ସାରା ଓଡ଼ିଶାର ୩୩ଟି ପ୍ରେକ୍ଷାଳୟରେ ରିଲିଜ ହୋଇଛି । କଟକ ବୃନ୍ଦାବନରେ ନୁନ୍‌ ଏବଂ ଭୁବନେଶ୍ୱର ସିନେପୋଲିସ୍‌ରେ ଇଭିନିଙ୍ଗ୍‌ରେ ସ୍ୱତନ୍ତ୍ର ପ୍ରିମିୟର ଅନୁଷ୍ଠିତ ହୋଇଛି । ନାୟିକାରୁ ପ୍ରଯୋଜିକା ସାଜିଥିବା ଝିଲିକଙ୍କ ପ୍ରଯୋଜନା ସଂସ୍ଥା ଝିଲିକ୍‌ ମୋସନ୍‌ ପିକ୍ଚର୍ସ ବ୍ୟାନରରେ ନିର୍ମାଣ ହୋଇଛି ‘କିସ୍‌ ମିସ୍‌’ । ଫିଲ୍ମରେ ନାୟକ ସ୍ୱରାଜ ଥିବା ବେଳେ ନାୟିକା ଅଛନ୍ତି ସୁନ୍ଦରୀ ଶିବାନୀ ସଙ୍ଗୀତା ।

ପ୍ରଥମ ଥର ପାଇଁ ସ୍ୱରାଜ ଫିଲ୍ମରେ ଦୃଷ୍ଟିହୀନ ଚରିତ୍ରରେ ଅଭିନୟ କରିଛନ୍ତି । ଏହାର କାହାଣୀ ୨ଟି ଚରିତ୍ରକୁ ନେଇ ଆଗକୁ ବଢୁଛି । ଯଦିଓ ଏହା ସମ୍ପୂର୍ଣ୍ଣ ବ୍ୟବସାୟଧର୍ମୀ ଚଳଚ୍ଚିତ୍ର କିନ୍ତୁ ଦର୍ଶକ କିଛି ପରିମାଣରେ କ୍ଲାସିକ୍‌ ଛୁଙ୍କ ପାଇବେ । ଫିଲ୍ମରେ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ପ୍ରୀତିରାଜ, ନିତୁ ସିଂ, ମାନିନୀ, ଲିଙ୍କନ ପଟ୍ଟନାୟକ ଏବଂ ଧରିତ୍ରୀ ଖଣ୍ଡୁଆଳ ଅଭିନୟ କରିଛନ୍ତି । ଫିଲ୍ମରେ ମୋଟ୍‌ ୪ଟି ଗୀତ ଥିବାବେଳେ ଏହାକୁ ଲେଖିଛନ୍ତି ଡା. ନିର୍ମଳ ନାୟକ । ଗୀତ ଗୁଡିକୁ ସୁନ୍ଦର ସ୍ୱରରେ ସଜାଇଛନ୍ତି ସଙ୍ଗୀତକାର ଅଭିଜିିତ ମଜୁମଦାର । ନୃତ୍ୟ ସଂଯୋଜନା କରିଛନ୍ତି ଲୁବୁନ୍‌-ଟୁବୁନ୍‌ । ସଂଳାପ ସଞ୍ଜୀତ ରଥ ଲେଖିଥିବାବେଳେ କାହାଣୀ, ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନା ଦେଇଛନ୍ତି ସୁଶାନ୍ତ ମଣି । କ୍ୟାମେରା ପରିଚାଳନାରେ କୁହୁ ମଲ୍ଲ, କଳା ନିର୍ଦ୍ଦେଶନାରେ ଲିଙ୍କନ ପଟ୍ଟନାୟକ ଏବଂ ସମ୍ପାଦନା କରିଛନ୍ତି ସୁକୁମାର ମଣି । ଫିଲ୍ମର ସୁଟିଂ ପାରାଦୀପ, କଟକ ଓ ଭୁବନେଶ୍ୱର ଏବଂ ଗୀତର ସୁଟିଂ କୋଲକାତାର ମନୋରମ ପରିବେଶରେ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.