Below header

ଓଡ଼ିଶା ଇନଭେଷ୍ଟର୍ସ ମିଟ୍‌ରେ ମୁଖ୍ୟମନ୍ତ୍ରୀ: ୧୬ଟି ଦେଶର ପ୍ରତିନିଧିଙ୍କ ସହ କଥା ହେଲେ

କେନ୍ୟୁଜ୍(ବ୍ୟୁରୋ): ଦୁବାଇ, ଅହମ୍ମଦାବାଦ ପରେ ଦିଲ୍ଲୀ । ଦିଲ୍ଲୀରେ ଓଡ଼ିଶା ଇନଭେଷ୍ଟର୍ସ ମିଟ୍‌ରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୧୬ଟି ଦେଶର ରାଷ୍ଟ୍ରଦୂତ ଓ ପ୍ରତିଷ୍ଠିତ ଶିଳ୍ପପତିଙ୍କୁ ଭେଟିଛନ୍ତି । ରାଜ୍ୟରେ ପୁଞ୍ଜିନିବେଶ ଓ ମେକ ଇନ ଓଡ଼ିଶା କନକ୍ଲେଭର ତୃତୀୟ ସଂସ୍କରଣରେ ଯୋଗ ଦେବା ନେଇ ଆଲୋଚନା କରିଥିଲେ ମୁଖ୍ୟମନ୍ତ୍ରୀ । ଆମେରିକା, ୟୁଏଇ, କାତାର, ଓମାନ୍‌, ଦକ୍ଷିଣ କୋରିଆ, ଅଷ୍ଟ୍ରେଲିଆ, ସାଉଦି ଆରବ, ବାହାରିନ୍‌, ଜର୍ମାନୀ, ଫ୍ରାନ୍ସ, ଇଟାଲୀ, ବେଲଜିୟମ୍‌, ସିଙ୍ଗାପୁର, ଜାପାନ ଆଦି ଦେଶର ରାଷ୍ଟ୍ରଦୂତଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିଥିଲେ।

ଚଳିତବର୍ଷ ନଭେମ୍ବର ୩୦ରୁ ଡିସେମ୍ବର ୪ ତାରିଖ ଯାଏ ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭ୍‌ର ତୃତୀୟ ସଂସ୍କରଣ ଆୟୋଜନ ହେବ । ତା ପୂର୍ବରୁ ଦେଶର ପ୍ରମୁଖ ସ୍ଥାନରେ ଓଡ଼ିଶା ଇନ୍‌ଭେଷ୍ଟର୍ସ ମିଟ୍‌ର ଆୟୋଜନ ହେଉଛି। ଦିଲ୍ଲୀ ପରେ ମୁମ୍ବାଇରେ ହେବ ଏହି ମିଟ୍‌ । ସେପ୍ଟେମ୍ବର ୧୪ରେ ଅନୁଷ୍ଠିତ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.