Below header

ଆସିଲା ବନ୍ୟା କ୍ଷୟକ୍ଷତିର ପ୍ରାଥମିକ ରିପୋର୍ଟ: ୨୧ ଜିଲ୍ଲା ବେହାଲ; ୪ ଲକ୍ଷ ୧୧ ହଜାର ଲୋକ ପ୍ରଭାବିତ

ଆସିଲା ବନ୍ୟା କ୍ଷୟକ୍ଷତିର ପ୍ରାଥମିକ ରିପୋର୍ଟ । ଚଳିତ ବନ୍ୟାରେ ମୋଟ୍‌ ୪ ଲକ୍ଷ ୧୧ ହଜାର ଲୋକ ପ୍ରଭାବିତ ହୋଇଛନ୍ତି । ୨୧ ଜିଲ୍ଲାର ମୋଟ୍‌ ୧୩୬ ବ୍ଲକର ୧୮୮୯ଟି ଗାଁ ଓ ୨୬ ପୌରାଞ୍ଚଳର ୧୦୧ଟି ୱାର୍ଡ ପ୍ରଭାବିତ ହୋଇଛି । ମୋଟ୍‌ ୨ହଜାର ୩୨୯ଟି ଘର ଭାଙ୍ଗିଛି ।

(କେନ୍ୟୁଜ): ରାଜ୍ୟବ୍ୟାପୀ ଲଗାଣ ବର୍ଷା ଓ ପରେ ବନ୍ୟା । ବର୍ଷା ଓ ବନ୍ୟା ପ୍ରଭାବ କମୁଛି । କିନ୍ତୁ ଲୋକଙ୍କ ଦୁର୍ଦ୍ଦଶା ବଢୁଛି । ଏହାରି ଭିତରେ ଆସିଛି ରାଜ୍ୟ ସରକାରଙ୍କ ପ୍ରାଥମିକ କ୍ଷୟକ୍ଷତି ରିପୋର୍ଟ । ସ୍ବତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟରୁ ଜାରି ହୋଇଛି ଏହି ରିପୋର୍ଟ । ଚଳିତ ବନ୍ୟାରେ ରାଜ୍ୟର ବିଭିନ୍ନ ନଦୀର ଜଳସ୍ତର ଖସୁଛି । ମହାନଦୀ, ବୈତରଣୀ ଓ ବ୍ରାହ୍ମଣୀ ନଦୀର ତଳମୁଣ୍ଡରେ କ୍ରମାଗତ ଖସୁଛି ଜଳସ୍ତର । ବନ୍ୟାରେ ମୋଟ୍‌ ୪ ଲକ୍ଷ ୧୧ ହଜାର ଲୋକ ପ୍ରଭାବିତ ହୋଇଛନ୍ତି । ୨୧ ଜିଲ୍ଲାର ମୋଟ୍‌ ୧୩୬ ବ୍ଲକର ୧୮୮୯ଟି ଗାଁ ଓ ୨୬ ପୌରାଞ୍ଚଳର ୧୦୧ଟି ୱାର୍ଡ ପ୍ରଭାବିତ ହୋଇଛି । ମୋଟ୍‌ ୨ହଜାର ୩୨୯ଟି ଘର ଭାଙ୍ଗିଛି ।

ଯାଜପୁର ଓ କେନ୍ଦୁଝର ଜିଲ୍ଲାରେ ଜଣେ ଲେଖାଏ ପ୍ରାଣ ହରାଇଛନ୍ତି । ମହାନଦୀରେ ବନ୍ୟା ଆସିବାରୁ ବୌଦ୍ଧ ଜିଲ୍ଲାର କେଭିଠାରେ ଶହେ ମିଟର ଲମ୍ବର ନଦୀବନ୍ଧ ଧୋଇ ଯାଇଛି । ଜଗତସିଂହପୁର ଜିଲ୍ଲା କୁଜଙ୍ଗର ତେରମାଣପୁରଠାରେ ମହାନଦୀରେ ସୃଷ୍ଟି ହୋଇଛି ପ୍ରାୟ ୨୦ ମିଟରର ଘାଇ । ସେହିପରି ଯାଜପୁର ଜିଲ୍ଲା ରସୁଲପୁର ବ୍ଲକର ବନ୍ଧଡିହାଠାରେ ୧୦ ମିଟର ଘାଇ ହୋଇଛି । ଦଶରଥପୁର ବ୍ଲକର ମଲ୍ଲିକାପୁର ଓ ଶାସନ ଗାଁ ନିକଟରେ କାଣୀ ନଦୀରେ ୨ ମିଟର ଓ ୫ ମିଟରର ଘାଇ ହୋଇଥିବା ସରକାରୀ ଭାବରେ କୁହାଯାଇଛି । ମହାନଦୀ, ବୈତରଣୀ ଓ ବ୍ରାହ୍ମଣୀ ସମେତ ଅନ୍ୟ ନଦୀରେ ଜଳସ୍ତର ଖସିଥିଲେ ବି ବିପନ୍ନଙ୍କ ଦୁର୍ଦ୍ଦଶା କମିନି । ଏବେ ବି ବହୁ ଗାଁ ପାଣିଘେରରେ ରହିଛି । ବିଭିନ୍ନ ସ୍ଥାନରେ ରାସ୍ତା ଓ ପୋଲ ଉପରେ ପାଣି ପ୍ରବାହିତ ହେଉଛି । ବହୁ ହୀନସ୍ତା ଭୋଗୁଛନ୍ତି ବିପନ୍ନ । ପ୍ରଶାସନ ପକ୍ଷରୁ ବିପନ୍ନଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.