Below header

ଆଜି ଶାହ-ନବୀନ ବୈଠକ, ଉପସ୍ଥିତ ରହିବେ ମୁଖ୍ୟ ଶାସନ ସଚିବ ଓ ଡିଜିପି

ଓଡ଼ିଶାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଆଜି ସରକାରୀ ଓ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବେ । ଦିନ ୧୧ ଟାରୁ ୧୨ଟା ଯାଏ ଜାତୀୟ ରାଜପଥର ଦୁଇଟି ବଡ଼ ପ୍ରକଳ୍ପର ଲୋକାର୍ପଣ କାର୍ଯ୍ୟକ୍ରମରେ ସାମିଲ ହେବେ । ପରେ ଲୋକସେବା ଭବନର ସମ୍ମିଳନୀ କକ୍ଷରେ ନକ୍ସଲ ଦମନ ପଦକ୍ଷେପ ଓ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ବୈଠକ କରିବେ ।

ଭୁବନେଶ୍ୱର (କେନ୍ୟୁଜ): ଓଡ଼ିଶାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଆଜି ସରକାରୀ ଓ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବେ । ଦିନ ୧୧ ଟାରୁ ୧୨ଟା ଯାଏ ଜାତୀୟ ରାଜପଥର ଦୁଇଟି ବଡ଼ ପ୍ରକଳ୍ପର ଲୋକାର୍ପଣ କାର୍ଯ୍ୟକ୍ରମରେ ସାମିଲ ହେବେ । ପରେ ଲୋକସେବା ଭବନର ସମ୍ମିଳନୀ କକ୍ଷରେ ନକ୍ସଲ ଦମନ ପଦକ୍ଷେପ ଓ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ବୈଠକ କରିବେ । ଉଭୟ ବୈଠକରେ ଉପସ୍ଥିତ ରହିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବୈଠକରେ ନବୀନ-ଶାହାଙ୍କ ବ୍ୟତୀତ ରାଜ୍ୟର କିଛି ମନ୍ତ୍ରୀ ମୁଖ୍ୟ ସଚିବ, ଉନ୍ନୟନ କମିଶନର, ପୋଲିସ ଡିଜି ଓ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିବେ ।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ରାଜ୍ୟରେ ନକ୍ସଲ ଦମନ ନେଇ ସମୀକ୍ଷା କରିବେ । ଏହି ଅବସରରେ ରାଜ୍ୟ ସରକାର ଉଭୟ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ବକେୟା ପାଣ୍ଠି ଏବଂ ଆବଶ୍ୟକ ସହଯୋଗ ପ୍ରଦାନ କରିବା ନେଇ ଦାବି ଉପସ୍ଥାପନ କରିବେ । ଉଭୟ ବିପର୍ଯ୍ୟୟ ପରିଚାଳନା ଓ ନକ୍ସଲ ଦମନରେ ଓଡ଼ିଶା ନିଜର ଦକ୍ଷତା ପ୍ରତିପାଦିତ କରିଛି । ୨୦୨୨ ସୁଦ୍ଧା ୩ ହଜାରରୁ ଅଧିକ ମାଓ ସମର୍ଥକ ମୁଖ୍ୟ ସ୍ରୋତରେ ସାମିଲ ହୋଇଛନ୍ତି ।

ଏପଟେ ଆଗାମୀ ନିର୍ବାଚନ ପୂର୍ବରୁ ଶାହଙ୍କ ଏହି ଗସ୍ତ ଓଡ଼ିଶା ବିଜେପି ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ପ୍ରାୟ ତିନି ଘଣ୍ଟା ଧରି ସେ ଦଳର ବରିଷ୍ଠ ନେତାମାନଙ୍କୁ ଭେଟି ଆଲୋଚନା କରିବେ । ଏହି ସମୟରେ ଭୁବନେଶ୍ୱର ସ୍ଥିତ ବିଜେପି ମୁଖ୍ୟ ଅଫିସରେ ରାଜ୍ୟ ବିଜେପି ପ୍ରଭାରୀ ସୁନୀଲ ବଂଶଲ ଉପସ୍ଥିତ ରହିବେ । ୨୦୨୪ ନିର୍ବାଚନୀ ରଣନୀତି ବ୍ଲୁ ପ୍ରିଣ୍ଟ ଉପରେ ମୋହର ମାରିବେ ଶାହ । ବିଜେପି ନେତାମାନଙ୍କୁ କି ଗୁରୁମନ୍ତ୍ର ଦେବେ ତାଉପରେ ନଜର ରହିଛି ।

ଗତକାଲି ରାତି ୧୦ ଟା ୪୦ ମିନିଟରେ ଭୁବନେଶ୍ୱରରେ ପହଞ୍ଚି ହୋଟେଲ ମେ ଫେୟାରରେ ରାତ୍ରି ଯାପନ କରିଥିଲେ । ଦିଲ୍ଲୀରୁ ତାଙ୍କ ସହ ଆସିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.