Below header

ଏଣିକି ଷ୍ଟିଲ୍‌ ସିଟିରୁ ଉଡିବ ବିମାନ , ରାଉରକେଲାକୁ ମିଳିଲା ବିମାନବନ୍ଦର ଲାଇସେନ୍ସ

ରାଉରକେଲା(କେନ୍ୟୁଜ୍) : ରାଉରକେଲାକୁ ମିଳିଲା ବିମାନବନ୍ଦର ଲାଇସେନ୍ସ । ଏଣିକି ଷ୍ଟିଲ୍‌ ସିଟିରୁ ଉଡିବ ବିମାନ । ରାଉରକେଲାରେ ବିମାନ ବନ୍ଦର ନେଇ ଡିଜିସିଏ ପକ୍ଷରୁ ବିଧିବଦ୍ଧ ଲାଇସେନ୍ସ ପ୍ରଦାନ କରାଯାଇଛି । ଷ୍ଟିଲ୍‌ ସିଟି ହେବ ରାଜ୍ୟର ତୃତୀୟ ବିମାନ ବନ୍ଦର । ରାଉରକେଲାକୁ ଶିଳ୍ପ ରାଜଧାନୀ ବୋଲି କୁହାଯାଏ । ଏଠାକୁ ବିମାନ ଚଳାଚଳ ହେଲେ ଷ୍ଟିଲ୍‌ ସିଟିକୁ ଯୋଗାଯୋଗ ଅଧିକ ସହଜ ହୋଇପାରିବ । ଝାରସୁଗୁଡ଼ା ପରେ ରାଉରକେଲାକୁ ବିମାନ ବନ୍ଦର ପାଇଁ ଲାଇସେନ୍ସ ପ୍ରଦାନ କରାଯାଇଛି ।

୨୦୧୮ ସେପ୍ଟେମ୍ବର ୨୨ ତାରିଖରେ ଝାରସୁଗୁଡ଼ା ବିମାନବନ୍ଦର ଉଦଘାଟନ ହୋଇଥିଲା । କିନ୍ତୁ କୌଣସି କାରଣ ନଦର୍ଶାଇ ଏଠାରୁ ଉଡ଼ାଣ ୨୦୧୮ ନଭେମ୍ବର ୬ତାରିଖରୁ ବନ୍ଦ ରହିଛି । ଝାରସୁଗୁଡ଼ାରୁ ବିମାନ ଉଡାଣ ପାଇଁ ଗତକାଲି ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ମୁଖ୍ୟମନ୍ତ୍ରୀ । ଏୟାର ଇଣ୍ଡିଆ କର୍ତ୍ତୃପକ୍ଷ ତୁରନ୍ତ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ପତ୍ର ଲେଖି ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.