ଆଜି ବଲାଙ୍ଗିର ଜିଲ୍ଲାର ପ୍ରସିଦ୍ଧ ଶୁଲିଆ ଯାତ୍ରା , ପୁଣି ରକ୍ତରଞ୍ଜିତ ହେଲା ପୀଠ

ବଲାଙ୍ଗିର(କେନ୍ୟୁଜ୍) : ପୁଣି ରକ୍ତରଞ୍ଜିତ ହେଲା ବଲାଙ୍ଗିରର ପ୍ରସିଦ୍ଧ ଶୁଲିଆ ପୀଠ। ପରମ୍ପରା ନାଁରେ ପୋଲିସ ଉପସ୍ଥିତିରେ ଉଭୟ ବଡଖଳା ଓ ସାନଖଳାରେ ବଳି ପଡିଛି। ବଳି ପ୍ରଥା ରୋକିବାକୁ ଜିଲ୍ଲା ପ୍ରଶାସନର ନିବେଦନ ସତ୍ତ୍ୱେ ବଳି ଦିଆଯାଇଥିଲା। ଏଥିପାଇଁ ବ୍ୟପାକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ବଳି ସ୍ଥଳରେ ୫ପ୍ଲାଟୁନ୍‌ ପୋଲିସ ଫୋର୍ସ ମୁତୟନ କରାଯାଇଛି।