ଓଲିଉଡ ଅଭିନେତ୍ରୀ ନିକିତା ଅପମୃତ୍ୟୁ ମାମଲା , ସ୍ୱାମୀ ଲିପନ ସାହୁ ଗିରଫ

କଟକ(କେନ୍ୟୁଜ୍) : ଓଲିଉଡ ଅଭିନେତ୍ରୀ ନିକିତା ଓରଫ ଲକ୍ଷ୍ମୀପ୍ରିୟା ବେହେରା ଅପମୃତ୍ୟୁ ମାମଲାରେ ସ୍ୱାମୀ ଲିପନ ସାହୁ ଗିରଫ। ନିକିତାଙ୍କ ବାପାଙ୍କ ଏତଲା ଭିତ୍ତିରେ ଚାଉଳିଆଗଞ୍ଜ ପୋଲିସ ଲିପନଙ୍କୁ ଗିରଫ କରିଛି। ହତ୍ୟାରେ ଶାଶୂ ଓ ଶ୍ୱଶୁରଙ୍କ ଭୂମିକା ସମ୍ପର୍କରେ ତଦନ୍ତ ଚାଲିଛି। ପ୍ରମାଣ ମିଳିଲେ ତାଙ୍କୁ ଗିରଫ କରାଯିବ ବୋଲି ପୋଲିସ କହିଛି। ୩ଟି ଟିମ୍‌ ମାମଲାର ତଦନ୍ତ କରୁଛନ୍ତି । ନିକିତାଙ୍କ ବାପା ସନାତନ ବେହେରା ଝିଅକୁ ହତ୍ୟା କରାଯାଇଥିବା କଟକ ଚାଉଳିଆଗଞ୍ଜ ଥାନାରେ ଏତଲା ଦେଇଥିଲେ । ସନାତନ ନିକିତାଙ୍କ ସ୍ୱାମୀ, ଶାଶୂ ଓ ଶ୍ୱଶୁରଙ୍କ ନାଁରେ ସେ ଅଭିଯୋଗ ଆଣିଥିଲେ। ପାରିବାରିକ କଳହ ହତ୍ୟାର କାରଣ ବୋଲି ସନାତନ କହିଥିଲେ ।

liiଘଟଣା ଦିନ ଘରେ ଗଣ୍ଡଗୋଳ ହୋଇଥିଲା । ଲିପନ ନିକିତାଙ୍କୁ ଛାତକୁ ଡାକି ନେଇଥିଲେ । ପାଟିତୁଣ୍ଡ ହେବାରୁ ଛାତରୁ ଠେଲି ଦେଇଥିଲେ । ଏହି ଘଟଣାରେ ନିକିତାଙ୍କ ସ୍ୱାମୀ ଲିପୁନ ସାହୁ, ଶାଶୂ ଓ ଶ୍ୱଶୁରଙ୍କ ନାଁର ଆଇପିସିର ଧାରା ୩୦୨, ୪୯୮(କ), ୩୦୬, ୩୪୧ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଏହାପରେ ନିକିତାଙ୍କ ସ୍ୱାମୀ ଲିପନ ସାହୁଙ୍କୁ ଚାଉଳିଆଗଞ୍ଜ ଥାନାରେ ଅଟକ ରଖି ପଚରାଉଚରା କରିବା ପରେ ଗତକାଲି ତାଙ୍କୁ ଗିରଫ କରିଛି । ୨୦୧୬ ନଭେମ୍ବର ୨୫ ତାରିଖରେ କଟକ ଗୋପାଳପୁରର ସିରିୟଲ ଅଭିନେତା ଲିପନ ସାହୁଙ୍କୁ ବିବାହ କରିଥିଲେ ନିକିତା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.