ଛାତ୍ରଛାତ୍ରୀଙ୍କ ବୃହତ୍ତର ସ୍ୱାର୍ଥକୁ ଗୁରୁତ୍ବ ଦେଲେ ରାଜ୍ୟ ସରକାର, ବାତିଲ କଲେ ଛାତ୍ର ସଂସଦ ନିର୍ବାଚନ

ଏଥର ହେବନି ଛାତ୍ର ସଂସଦ ନିର୍ବାଚନ । ଚଳିତ ବର୍ଷ ବିଶ୍ୱବିଦ୍ୟାଳୟ ଓ ଡିଗ୍ରୀ କଲେଜରେ ଛାତ୍ର ସଂସଦ ନିର୍ବାଚନକୁ ରାଜ୍ୟ ସରକାର ବାତିଲ କରିଛନ୍ତି । ଛାତ୍ରଛାତ୍ରୀଙ୍କ ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଉଚ୍ଚଶିକ୍ଷା ବିଭାଗ ଏହି ନିଷ୍ପତ୍ତି ନେଇଛି । ତେବେ ଛାତ୍ର ପ୍ରତିନିଧି ଚୟନ ପାଇଁ ବିକଳ୍ପ ବ୍ୟବସ୍ଥା ଲାଗି ନିଷ୍ପତ୍ତି ନିଆଯାଇଛି । ନିକଟରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଓସଚିବ ଶାଶ୍ୱତ ମିଶ୍ର ଭିଡିଓ କନଫରେନସିଂ ଜରିଆରେ ବିଭିନ୍ନ କଲେଜ ଅଧ୍ୟକ୍ଷଙ୍କ ସହ ଆଲୋଚନା କରିଥିଲେ । ଛାତ୍ର ସଂସଦ ନିର୍ବାଚନ ଯୋଗୁ କ୍ୟାମ୍ପସରେ ଅଣଛାତ୍ର ପ୍ରବେଶ କରୁଛନ୍ତି । ବିଭିନ୍ନ କଲେଜରେ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଛି । କଲେଜ, ବିଶ୍ୱବିଦ୍ୟାଳୟରେ ଭଙ୍ଗାରୁଜା ଦ୍ୱାରା ସାମଗ୍ରୀ ଭଙ୍ଗାରୁଜା ଭଳି ଘଟଣା ଘଟୁଛି । ଏଥିପାଇଁ ନିର୍ବାଚନ ନ କରିବା ଲାଗି ଅଧିକାଂଶ କଲେଜ ଅଧ୍ୟକ୍ଷ ଭିଡିଓ କନଫରେନସିଂ ବେଳେ ମତ ରଖିଥିଲେ । ଏହାପରେ ଛାତ୍ର ସଂସଦ ନିର୍ବାଚନ ବାତିଲ୍‌ ନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.