ଚିହ୍ନନ୍ତୁ ଏହି ଜୀବକୁ ପଶୁ ନା ପକ୍ଷୀ ? ଭାଇରାଲ ହେଲା ଭିଡିଓ

ସୋସିଆଲ ମିଡିଆରେ ବେଳେବେଳେ ଏପରି କିଛି ଭିଡ଼ିଓ ଭାଇରଲ ହୋଇଥାଏ ଯାହାକୁ ଦେଖି ଜଣେ ଭାବିବାକୁ ବାଧ୍ୟ ହୋଇଥାଏ ଯେ ପ୍ରକୃତରେ ଏହା କଣ ଅଟେ ? ଏହିଭଳି ଏକ ଭିଡିଓ ବର୍ତ୍ତମାନ ଟ୍ୱିଟରରେ ଭାଇରଲ ହେବାରେ ଲାଗିଛି ଯାହାକୁ ଦେଖି ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ଏବଂ ଏହା ବିଷୟରେ ଭାବିବାକୁ ବାଧ୍ୟ ହେବେ କି ପ୍ରକୃତରେ ଏହା କଣ ? ଏହା କୌଣସି ପକ୍ଷୀ ନା ଠେକୁଆ ?


ଭିଡିଓ ଦେଖିବା ପରେ ପ୍ରଥମ ଥର ଏପରି ଲାଗିଥିଲା ଯେ କେହି ଜଣେ ବ୍ୟକ୍ତି ଗୋଟେ ପକ୍ଷୀର ମୁଣ୍ଡକୁ ଆଉଁସୁଛନ୍ତି କିନ୍ତୁ ଯଦି ଏହାକୁ ଆପଣ ଧ୍ୟାନର ସହ ଦେଖିବେ ତାହେଲେ ବୁଝିପାରିବେ ଯେ ପ୍ରକୃତରେ ଏହା ଏକ ପକ୍ଷୀ ନୁହେଁ ବରଂ ଏହା କଳା ରଙ୍ଗର ଏକ ଠେକୁଆ ଅଟେ ।

ଏହାସହ ପଢନ୍ତୁ ଯୁବତୀଙ୍କୁ ବୁଡିଯିବାର ଦେଖି ସୁଇମିଙ୍ଗ ପୁଲ କୁ ଡେଇଁ ପଡିଲା କୁକୁର, ଆଉ ତାପରେ ..

ଏହି ଠେକୁଆଟି ନିଜର ଦୁଇ କାନକୁ ଏଭଳି ଭାବେ ଉପରକୁ ଉଠାଇଛି ଯେପରି ସେ ଏକ ପକ୍ଷୀର ଥଣ୍ଟ ଅଟେ। ଏହାକୁ ଡେନ କ୍ୱିଣ୍ଟାନ ନାମକ ଜଣେ ବ୍ୟକ୍ତି ନିଜ ଟ୍ୱିଟରରେ ସେୟାର କରିଥିଲେ । ଏବଂ ଲେଖିଥିଲେ ‘ଠେକୁଆଟି ଗେଲ ହେବା ପାଇଁ ନିଜର ନାକକୁ ଘସୁଛି’ । ଏହି ଭିଡିଓକୁ ବର୍ତ୍ତମାନ ପର୍ଯ୍ୟନ୍ତ ୭୦ ଲକ୍ଷରୁ ଅଧିକ ଲୋକ ଦେଖିବା ସହ ୧୫ ହଜାରରୁ ଉର୍ଦ୍ଧ୍ୱ ରିଟୁଇଟ ମଧ୍ୟ କରିଛନ୍ତି । ସବୁଠାରୁ ମଜାକଥା ଏହା ଯେ ଏହି ଭିଡିଓ ଦେଖିବା ପରେ ଲୋକମାନେ ବୁଝିପାରି ନାହାନ୍ତି ଯେ ଏହା ଏକ ପକ୍ଷୀ ଅଟେ କି ଠେକୁଆ ?

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.