ଏଣିକି ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ୭୫ ପ୍ରତିଶତ ଉପସ୍ଥାପନା ବାଧ୍ୟତାମୂଳକ, ମାଧ୍ୟମିକ ଶିକ୍ଷା ପରିଷଦ ନେଲା ନିଷ୍ପତ୍ତି

ଯୁକ୍ତ ୨ ଛାତ୍ରଛାତ୍ରୀଙ୍କ ପାଇଁ ଉପସ୍ଥାନ ୭୫ ପ୍ରତିଶତ ରହିବା ବାଧ୍ୟତାମୂଳକ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ହୋଇଛି । ଏହାସହ ଯୁକ୍ତ ୨ ପରୀକ୍ଷା ସିବିଏସଇ ଢାଞ୍ଚାରେ ହେଉଥିବାରୁ ପ୍ରଥମ ବର୍ଷର କୋର୍ସ ଫାଇନାଲ ପରୀକ୍ଷାରେ ଯେଭଳି ସାମିଲ ହେବ ସେଥିପାଇଁ ଏକାଡେମିକ୍‌ କାଉନସିଲକୁ ପ୍ରସ୍ତାବ ଦିଆଯାଇଛି । ଛାତ୍ରଛାତ୍ରୀଙ୍କ ମଧ୍ୟରେ ପାଠପଢ଼ା ପ୍ରତି ଆଗ୍ରହ କମୁଥିବାରୁ ସେମାନଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି କରିବା ଲାଗି ଏଭଳି ଯୋଜନା ଆପଣାଇବାକୁ ଲକ୍ଷ୍ୟ ରଖିଥିବା କହିଛନ୍ତି ମନ୍ତ୍ରୀ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.