ଚନ୍ଦ୍ରରୁ ଖୁସି ଖବର, ପ୍ରଥମ ଫଟୋ ପଠାଇଲା ଚନ୍ଦ୍ରଯାନ-୨

ଚନ୍ଦ୍ରରୁ ଖୁସି ଖବର । ପ୍ରଥମ ଫଟୋ ପଠାଇଲା ଚନ୍ଦ୍ରଯାନ-୨ । ଦୁଇ ହଜାର ୬୫୦ କିଲୋମିଟର ଉପରୁ ଏହି ଫଟୋ ପଠାଇଛି ବିକ୍ରମ ଲ୍ୟାଣ୍ଡର । ଗତକାଲି ଏହି ଫଟୋ ଉଠାଇଥିଲା ବିକ୍ରମ ଲ୍ୟାଣ୍ଡର । ଫଟୋରେ ମେୟାର ଓରିଏଣ୍ଟାଲ ବେସିନ୍‌ ଓ ଆପୋଲୋ କ୍ରାଟର ଦେଖାଯାଉଛି। ଗତ ମଙ୍ଗଳବାର ପୃଥିବୀର କକ୍ଷପଥ ଛାଡି ଚନ୍ଦ୍ର କକ୍ଷ ପଥରେ ସଫଳତାର ସହ ପ୍ରବେଶ କରିଥିଲା ଚନ୍ଦ୍ରଯାନ-୨। ସେପଟେମ୍ବର ୭ ତାରିଖରେ ଚନ୍ଦ୍ର ପୃଷ୍ଠରେ ଅବତରଣ କରିବ ଲ୍ୟାଣ୍ଡର। ୧୪ଶହ ୭୧ କିଲୋଗ୍ରାମର ଲ୍ୟାଣ୍ଡର ମଞ୍ଜିନସ C ଏବଂ ସିମ୍ପିଲିୟସ N ଗର୍ତ୍ତର ମଧ୍ୟବର୍ତ୍ତି ଅଂଚଳରେ ଅବତରଣ କରିବ । ସଫଳ ଭାବେ ଅବତରଣ କଲେ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବାରେ ଭାରତ ହେବ ବିଶ୍ୱର ପ୍ରଥମ ରାଷ୍ଟ୍ର

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.