ବୁର୍ଲା VSSUTରେ ର‍୍ୟାଗିଂ ଘଟଣାରେ କାର୍ଯ୍ୟାନୁଷ୍ଠାନ, ବର୍ଷେ ପାଇଁ ପରୀକ୍ଷା ଦେଇପାରିବେନି ୧୦ ଜଣ ଅଭିଯୁକ୍ତ ଛାତ୍ର

ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ଅଫ୍‌ ଟେକ୍ନୋଲୋଜି VSSUTରେ ର‍୍ୟାଗିଂ ଘଟଣାରେ କାର୍ଯ୍ୟାନୁଷ୍ଠାନ । ବର୍ଷେ ପାଇଁ ପରୀକ୍ଷା ଦେଇପାରିବେନି ୧୦ ଜଣ ଅଭିଯୁକ୍ତ ଛାତ୍ର । ସେହିପରି ୫୨ ଛାତ୍ରଙ୍କୁ ୨ ହଜାର ଟଙ୍କା ଲେଖାଏ ଜରିମାନା ଦେବାକୁ କୁହାଯାଇଛି । ଗତ ରବିବାର ୟୁନିଭର୍ସିଟି ପରିସରରେ ଦ୍ୱିତୀୟ ବର୍ଷର ଛାତ୍ରଙ୍କୁ ହଷ୍ଟେଲ୍‌ େଓ୍ଵଲକମ୍‌ ଉତ୍ସବରେ ସିନିୟର ଛାତ୍ରଙ୍କ ରାଗିଂ କରୁଥିବା ଅଭିଯୋଗ ହୋଇଛି । ରାଗିଂ ସଂପର୍କିତ ଭିଡିଓ ଭାଇରାଲ ପରେ ବିଭିନ୍ନ ମହଲରେ ଉଦବେଗ ପ୍ରକାଶ ପାଇଥିଲା । ବୈଷୟିକ ଶିକ୍ଷାମନ୍ତ୍ରୀ ପ୍ରେମାନନ୍ଦ ନାୟକ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର୍‌ ଘଟଣାର ତଦନ୍ତ କରିବେ । ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.