Below header

ପାରାଦୀପ ବନ୍ଦରରେ ମାଛଧରା ଉପରେ ଲାଗିଲା କଟକଣା, ଅଣ୍ଡାଦାନ ଓ ବଂଶ ବୃଦ୍ଧି ପାଇଁ ସରକାର ନେଲେ ଏଭଳି ପଦକ୍ଷେପ

ମାଛଧରା ଉପରେ ଲାଗିଲା କଟକଣା । ମାଛଙ୍କ ଅଣ୍ଡାଦାନ ଓ ବଂଶ ବୃଦ୍ଧି ପାଇଁ ଏପ୍ରିଲ ୧୫ରୁ ଜୁନ ୧୪ ପର୍ଯ୍ୟନ୍ତ ସମୁଦ୍ରରେ ଡଙ୍ଗା ଓ ଟ୍ରଲର ଦ୍ୱାରା ମାଛ ମାରିବାକୁ ନିଷିଦ୍ଧ କରାଯାଇଛି।

ପାରାଦୀପ (କେନ୍ୟୁଜ): ପାରାଦୀପ ବନ୍ଦରରେ ମାଛଧରା ଉପରେ ଲାଗିଲା କଟକଣା । ମାଛଙ୍କ ଅଣ୍ଡାଦାନ ଓ ବଂଶ ବୃଦ୍ଧି ପାଇଁ ଏପ୍ରିଲ ୧୫ରୁ ଜୁନ ୧୪ ପର୍ଯ୍ୟନ୍ତ ସମୁଦ୍ରରେ ଡଙ୍ଗା ଓ ଟ୍ରଲର ଦ୍ୱାରା ମାଛ ମାରିବାକୁ ନିଷିଦ୍ଧ କରାଯାଇଛି। ପାରାଦୀପ ମାଛଧରା ବନ୍ଦର ହୋଇପଡିଛି ଏବେ ଜନଶୂନ୍ୟ । ଚିନ୍ତାରେ ବୋଟ୍ ମାଲିକ ଓ ମତ୍ସ୍ୟଜିବୀ

ପାରାଦୀପରେ ପ୍ରାୟ ୬୫୦ ରୁ ଅଧିକ ଟ୍ରଲର ଥିବା ବେଳେ ୩୫୦ ରୁ ଅଧିକ ଯାନ୍ତ୍ରିକ ଡଙ୍ଗା ମାଛଧରା କାର୍ଯ୍ୟରେ ନିୟୋଜିତ ଅଛନ୍ତି । ଏଥିରେ ପ୍ରାୟ ୨୦ ହଜାରରୁ ଅଧିକ କର୍ମଚାରୀ ଓ ସେମାନଙ୍କ ପରିବାର ପ୍ରତିପୋଷଣ ହୋଇଥାନ୍ତି । ବିଭିନ୍ନ ମାସରେ ସରକାରଙ୍କ ମାଛଧରା ଉପରେ କଟକଣା ଯୋଗୁ ବୋଟ ମାଲିକମାନେ କ୍ଷତି ସହି ବୋଟ ଗୁଡିକୁ ବନ୍ଦ କରିବାରେ ଲାଗିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.