Below header

ଡିସେମ୍ବରରୁ ମାର୍ଚ୍ଚ ମାସ ଯାଏଁ ମିଳିବ ମାଗଣା ଚାଉଳ, ପ୍ରତି ହିତାଧିକାରୀ ପିଛା ୫ କେଜି

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀଙ୍କୁ ମାର୍ଚ୍ଚ ମାସ ଯାଏଁ ମିଳିବ ମାଗଣା ଚାଉଳ । ଡିସେମ୍ବରରୁ ମାର୍ଚ୍ଚ ମାସ ଯାଏଁ ମିଳିବ ମାଗଣା ଚାଉଳ । ପ୍ରତି ହିତାଧିକାରୀ ପିଛା ୫ କେଜି ଚାଉଳ ମିଳିବ ମାଗଣା । ଅତିରିକ୍ତ ୫ କେଜି ଚାଉଳ ଦେବାକୁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ନେଇଛନ୍ତି ।

ରାଜ୍ୟ ଖାଦ୍ୟ ନିରାପତ୍ତା ଯୋଜନାରେ ମିଳିବ ଚାଉଳ । ଏଥିପାଇଁ ରାଜ୍ୟ ସରକାର ଖର୍ଚ୍ଚ କରିବେ ୬୮.୧୩ କୋଟି ଟଙ୍କା । ଏହାଦ୍ୱାରା ୯.୧୫ ଲକ୍ଷ ହିତାଧିକାରୀ ଉପକୃତ ହେବେ । କୋଭିଡ ସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.