କୋରାପୁଟ: ଅପରେସନ ଗ୍ରୀନ୍‌ କ୍ଲିନ୍‌ରେ ପୋଲିସକୁ ସଫଳତା, ୧୦ କୋଟିର ଗଞ୍ଜେଇ ଗଛ ନଷ୍ଟ

କୋରାପୁଟ(କେନ୍ଯୁଜ୍): ଅପରେସନ ଗ୍ରୀନ୍‌ କ୍ଲିନ୍‌ରେ ପୋଲିସକୁ ସଫଳତା । ୧୦ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ । କୋରାପୁଟ ବୈପାରୀଗୁଡା ଥାନା ମାଙ୍କିଡି ଗାଁ ନିକଟରେ ୭୮ ଏକର ଜମିରେ ଗଞ୍ଜେଇ ଚାଷ ନଷ୍ଟ ହୋଇଛି।

ବୈପାରୀଗୁଡା ଥାନା, ବନବିଭାଗ, ଅବକାରୀ ବିଭାଗ ଏବଂ ତହସିଲର ମିଳିତ ଉଦ୍ୟମରେ ୯୩ ହଜାରରୁ ଅଧିକ ଗଛ ନଷ୍ଟ କରାଯାଇଛି । ଯାହାର ଆନୁମାନିକ ମୂଲ୍ୟ ୧୦ କୋଟି ଟଙ୍କା ହେବ ବୋଲି ବୈପାରୀଗୁଡା ଥାନା ଅଧିକାରୀ ଇଶ୍ୱର ତାଣ୍ଡି ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.