୭ ରାଜ୍ୟକୁ ଚାରି ଦିନରେ ୬୭ ଟ୍ୟାଙ୍କର ଅକ୍ସିଜେନ ପଠାଇଛି ଓଡ଼ିଶା

ଭୁବନେଶ୍ବର: ୭ ରାଜ୍ୟକୁ ଅକ୍ସିଜେନ ପଠାଇଛି ଓଡ଼ିଶା । ବିଭିନ୍ନ ଶିଳ୍ପ ସଂସ୍ଥା ପ୍ଲାଣ୍ଟରୁ ଯୋଗାଣ ହେଉଛି ଅକ୍ସିଜେନ। ଗତ ୪ ଦିନ ମଧ୍ୟରେ ୬୭ ଟ୍ୟାଙ୍କର ବାହାର ରାଜ୍ୟକୁ ପଠାଇଛି ଓଡ଼ିଶା । ୬୭ ଟ୍ୟାଙ୍କରରେ ୧୨୬୮ ମେଟ୍ରିକ ଟନ୍‌ ଅକ୍ସିଜେନ ପଠାଯାଇଛି । ଗ୍ରୀନ କରିଡର ଦେଇ ଏସବୁ ପରିବହନ କରାଯାଉଛି । ଓଡ଼ିଶା ପୋଲିସ ସ୍ୱତନ୍ତ୍ର ଏସର୍କଟ କରି ଅକ୍ସିଜେନ ଟ୍ୟାଙ୍କର ପଠାଯାଉଛି ।

ଆନ୍ଧ୍ରକୁ ୨୨ ଟ୍ୟାଙ୍କର, ତେଲେଙ୍ଗାନାକୁ ୧୭ ଟ୍ୟାଙ୍କର, ମହାରାଷ୍ଟ୍ରକୁ ୬ ଟ୍ୟାଙ୍କର, ହରିଆଣାକୁ ୮ଟି ଟ୍ୟାଙ୍କର , ଉତ୍ତରପ୍ରଦେଶକୁ ୪ , ଛତିଶଗଡ଼କୁ ୨ ଓ ମଧ୍ୟପ୍ରଦେଶକୁ ୪ଟି ଟ୍ୟାଙ୍କର ଯାଇଛି ଅକ୍ସିଜେନ। ଯେମିତି କୌଣସି ସ୍ଥାନରେ ଗାଡି ଅଟକିବ ନାହିଁ, ସେଥିପ୍ରତି ଜିଲ୍ଲା ପୋଲିସ ଗୁରୁତ୍ୱ ଦେଉଛି । ଔଷଧ କଳାବଜାରୀ ଉପରେ ନଜର ରଖାଯାଇଛି ।

ଆଜି ୨୦ ଷ୍ଟକିଷ୍ଟଙ୍କୁ ନୋଟିସ୍‌ କରାଯାଇଛି । ରାଜ୍ୟ ବାହାରକୁ ଔଷଧ ନପଠାଇବାକୁ ତାଗିଦ କରାଯାଇଛି। ଇତି ମଧ୍ୟରେ ଓଡ଼ିଶା ୭ଟି ରାଜ୍ୟକୁ ଅକ୍ସିଜେନ ପଠାଇଛି । ଦେଶରେ ଅକ୍ସିଜେନ ପାଇଁ ହାହାକାର ପରିସ୍ଥିତି। ଅନେକ ସ୍ଥାନରେ ଅକ୍ସିଜେନ ଅଭାବରୁ ଜୀବନ ବି ଯାଉଛି। ଏତିକି ବେଳେ ବାକି ରାଜ୍ୟ ପାଇଁ ଓଡ଼ିଶା ଯୋଗାଉଛି ସଞ୍ଜୀବନୀ । ଗୁରୁବାର ରାତିରୁ ଲଗାତର ଅକ୍ସିଜେନ୍‌ ଟ୍ୟାଙ୍କର ପଠାଉଛି ରାଜ୍ୟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.