ଦିନକରେ ୧୦ କୋଲକାତା ଫେରନ୍ତା ପଜିଟିଭ ପରେ ବଢ଼ିଲା ଚିନ୍ତା,ଗତ ୨୮ ଦିନ ଭିତରେ ଯିଏ କୋଲକାତାରୁ ଫେରିଛନ୍ତି ସିଏ କ୍ୱାରେଣ୍ଟାଇନରେ ରହିବେ

କେନ୍ୟୁଜ(ବ୍ୟୁରୋ):ଦିନକରେ ୧୦ କୋଲକାତା ଫେରନ୍ତା ପଜିଟିଭ ପରେ ଚିନ୍ତା ବଢ଼ିଲା । ଭଦ୍ରକ ଓ ଯାଜପୁରର ୧୦ ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି କଲିକତାକୁ ରହିଛି । ତେଣୁ ଶେଷ ୨୮ ଦିନ ମଧ୍ୟରେ ଯଦି କେହି କଲିକତା ଯାଇଥାନ୍ତି ତେବେ ସେମାନେ ସ୍ଥାନୀୟ ସରପଞ୍ଚ କିମ୍ବା ବିଡ଼ିଓ, ତହସିଲଦାରଙ୍କ ସହ ଯୋଗାଯୋଗ କରି ହୋମ କ୍ବାରେଣ୍ଟାଇନରେ ରହିବାକୁ ଅନୁରୋଧ କରିଛି ସ୍ବାସ୍ଥ୍ୟ ବିଭାଗ। ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଥିବା ପଜେଟିଭ୍ କେସରୁ ଏହି ଦୁଇ ଜିଲ୍ଲାର ପାଖାପାଖି ୧୦ ପଜେଟିଭ୍ କଲିକତା ଯାଇଥିଲେ। ତେଣୁ ୨୮ ଦିନ ମଧ୍ୟରେ ପଶ୍ଚିମବଙ୍ଗରୁ  ଫେରିଥିବା ସମସ୍ତ ବ୍ୟକ୍ତି ଗସ୍ତ ସୂଚନା ଦେବାକୁ ସ୍ବାସ୍ଥ୍ୟ ବିଭାଗ ଟ୍ୱିଟ୍ ମାଧ୍ୟମରେ ଜଣାଇଛି।

Leave A Reply

Your email address will not be published.