Below header

ମିଛ କହୁଛନ୍ତି କି ଆଇଆଇସି ? ହୁଣ୍ଡିରେ ଦାନ କରିବାର ଫଟୋ ବୁଲୁଛି, ଶ୍ରୀମନ୍ଦିର ଭିତରକୁ କ୍ୟାମେରା କି ମୋବାଇଲ୍‌ ଗଲା କେମିତି ?

ଭୁବନେଶ୍ୱର (କେ ନ୍ୟୁଜ୍‌) : ଆଜି ରାଜ୍ୟରେ କରୋନା ପଜେଟିଭ୍‌ଙ୍କ ସଂଖ୍ୟା ବଢ଼ି ଚାଲିଥିବାର ଖବର ସମସ୍ତଙ୍କୁ ବିଚଳିତ କରିଛି । କରୋନା ସମ୍ପର୍କିତ ଖବର ଉପରେ ସମସ୍ତଙ୍କର ନଜର ରହିଛି । ତେବେ ଏହା ଭିତରେ ଅନ୍ୟ ଏକ ବଡ଼ ଘଟଣାକୁ ମଧ୍ୟ ସମସ୍ତେ ଧ୍ୟାନ ଦେଇଛନ୍ତି । ସେହି ଖବରଟି ହେଲା ଯାଜପୁର ଜିଲ୍ଲା ବଡ଼ଚଣା ଆଇଆଇସିଙ୍କୁ ନେଇ ଉଠିଥିବା ବିବାଦ । ଜଣେ ଆଇନ୍‌ର ରକ୍ଷକ ହୋଇ ସେ ଆଇନ୍‌ ଭାଙ୍ଗିଲେ କେମିତି ? ଏଇ ପ୍ରଶ୍ନ ଏବେ ସମସ୍ତଙ୍କ ମୁହଁରେ । ତେବେ ଯେତେ ଯେତେ ଦିନ ଆଗଉଛି ସେତିକି ସେତିକି ଆଇଆଇସି ଦୀପକ ଜେନାଙ୍କ କାରନାମା ପଦାକୁ ଆସୁଛି ।
ପ୍ରଥମେ ସେ ପରିବାରକୁ ନେଇ ଲକ୍‌ଡାଉନ୍‌ ସମୟରେ ନିୟମ ଭାଙ୍ଗି ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କୁ ଦର୍ଶନ କରିଥିଲେ । ଏହା ପରେ ଜଣାପଡ଼ିଛି ଯେ ସେ ପୁରୀ ଯିବା ପାଇଁ ଏକ ଚୋରା ଗାଡ଼ି ବ୍ୟବହାର କରିଥିଲେ । ଏଥିରେ ପୁଣି ପୋଲିସ୍‌ ବତୀ ଲଗାଇଥିଲେ । ତା ପରେ ବି ସେ ମିଛ କହିବା ଛାଡ଼ି ନାହାନ୍ତି । ଓ୍ଵାଟସଆପ୍‌ ମେସେଜ୍‌ରେ ସେ କହିଛନ୍ତି ଯେ ମୁଁ ମୋ ଝିଅର ମାନସିକ ପୂରଣ ପାଇଁ ଯାଇଥିଲି । ତେବେ ସେବାୟତ ବାରଣ କରିବାରୁ ସେ ଭିତରକୁ ଦର୍ଶନ ପାଇଁ ଯାଇ ନଥିବା ଜଣାଇଛନ୍ତି । ହେଲେ ସେ କଥା ମିଛ । କରଣ ତାଙ୍କୁ ଅନ୍ୟ ସେବାୟତମାନେ ମନ୍ଦିର ଭିତରକୁ ଯିବାର ଦେଖିଛନ୍ତି । ଆହୁରି ମଧ୍ୟ ପ୍ରଭୁଙ୍କ ହୁଣ୍ଡିରେ ଅର୍ଥ ଦାନ କରୁଥିବା ବେଳର ଫଟୋ ତାଙ୍କର ଉଠିଥିବା କୁହାଯାଉଛି । ଏହି ଫଟୋ ଉଠାଇ ଯାଇଥିବା ମୋବାଇଲ୍‌କୁ କିଭଳି ଶ୍ରୀମନ୍ଦିର ଭିତରକୁ ନେବାର ଅନୁମତି ମିଳିଲା ? ଆଇଆଇସି ସତ କହୁଛନ୍ତି ନା ନାହିଁ ସେକଥା ମନ୍ଦିର ଭିତରେ ଲାଗିଥିବା ସିସିଟିଭିରୁ ଜଣାପଡ଼ିଯିବ । ଯଦି ବିଭିନ୍ନ ଗଣମାଧ୍ୟମରେ ବୁଲୁଥିବା ଫଟୋ ସତ ତେବେ ତାକୁ ଉଠାଇଲା କିଏ ? ଗଣମାଧ୍ୟମ ହାତକୁ ସେହି ଫଟୋ ଆସିଲା କେମିତି ? ଏମିତି କିଛି ପ୍ରଶ୍ନ ଏହି ଘଟଣା ଭିତରେ ରହସ୍ୟ ହୋଇ ରହିଛି ।

ଏବେ ନଜର ପକାନ୍ତୁ ନିଜର ଏହି କାମ ପାଇଁ ନିଲମ୍ବିତ ହୋଇ ସାରିଥିବା ବଡ଼ଚଣା ଆଇଆଇସି କଣ ତାଙ୍କ ସଫେଇରେ ଲେଖିଛନ୍ତି …

 

BADACHANA IIC COPY

 

ତେବେ ପୋଲିସ୍‌ ବାବୁଙ୍କ କଥା ସତ ନାଁ କ୍ୟାମେରାରେ କଏଦ ଫଟୋ, ଏବେ ଆପଣମାନେ ଭଲ ଭାବେ ବୁଝି ନିଅନ୍ତୁ । ଏହାକୁ ନେଇ କଣ କହିବେ ଦୀପକ ବାବୁ କୁହନ୍ତୁ । ତାଙ୍କୁ ଖାଲି ନିଲମ୍ବିତ କରି ଦେଲେ ହେବ ନାହିଁ । ଯଦି ତାଙ୍କ ବିରୋଧରେ ଠୋସ୍‌ ପ୍ରମାଣ ମିଳୁଛି ତେବେ ତାଙ୍କୁ ଏବଂ ଯିଏ ତାଙ୍କୁ ମନ୍ଦିର ଭିତରକୁ ନେଇଛି ତାଙ୍କ ବିରୋଧରେ ମଧ୍ୟ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବା ଦରକାର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.