ବିଲାବାଡି ଆଶ୍ରମ ସ୍କୁଲ ଛାତ୍ରୀ ମୃତ୍ୟୁ ମାମଲା: ୫ଲକ୍ଷ କ୍ଷତି ପୂରଣ ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଓଡିଶା ହାଇକୋର୍ଟ

କନ୍ଧମାଳ (କେନ୍ୟୁଜ): କନ୍ଧମାଳ ଜିଲ୍ଲା ବିଲାବାଡି ଆଶ୍ରମ ସ୍କୁଲ ଛାତ୍ରୀ ମୃତ୍ୟୁ ମାମଲାରେ ୫ଲକ୍ଷ କ୍ଷତି ପୂରଣ ପ୍ରଦାନ ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଓଡିଶା ହାଇକୋର୍ଟ। ହାଇକୋର୍ଟର ମୁଖ୍ୟ ବିଚାରପତି ଡକ୍ଟର୍‌ ଜଷ୍ଟିସ୍‌ ଏସ୍‌. ମୁରଲୀଧର ଓ ଜଷ୍ଟିସ୍‌ ଆର୍‌.କେ. ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ଆବେଦନର ଶୁଣାଣି କରି ମୃତକଙ୍କ ପରିବାର ବର୍ଗଙ୍କୁ ୮ ସପ୍ତାହ ମଧ୍ୟରେ ୫ଲକ୍ଷ କ୍ଷତି ପୂରଣ ପ୍ରଦାନ ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି। ଆବେଦନକାରୀ ବିଛନ୍ଦ ମଲ୍ଲିକଙ୍କ ପକ୍ଷରୁ ଦାୟର ମାମଲାରେ କୋର୍ଟ ଏହି ନିର୍ଦେଶ ଦେଇଛନ୍ତି।

ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ପ୍ରବୀର ଦାସ ମାମଲା ପରିଚାଳନା କରୁଥିଲେ। ବିଲାବାଡି ଆଶ୍ରମ ସ୍କୁଲରେ ଜସ୍ମିନୀ ମଲ୍ଲିକ ନାମକ ଛାତ୍ରୀ ଦ୍ଵିତୀୟ ଶ୍ରେଣୀରେ ପଢୁଥିଲେ। ୨୦୧୨ ମସିହାରେ ସେ ପଢ଼ୁଥିବା ବେଳେ ଦିନେ ହଠାତ ତାଙ୍କୁ ଜ୍ଵର ହୋଇଥିଲା। ସ୍କୁଲ କର୍ତୁପକ୍ଷ ତାଙ୍କୁ ମେଡିକାଲ ନନେଇ ଅନ୍ୟ ସାଙ୍ଗଙ୍କ ସାଥିରେ ଘରକୁ ପଠାଇ ଦେଇଥିଲେ। ପିଲାଙ୍କ ମେଳରେ ସେ ୫କିମି ରାସ୍ତାରେ ଚାଲି ଚାଲି ଯିବା ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା। ତେବେ ଝିଅ ମୃତ୍ୟୁ ପାଇଁ ସରକାରଙ୍କୁ ଦାୟୀ କରି ୧୦ ଲକ୍ଷ କ୍ଷତି ପୂରଣ ଦିଆଯାଉ ବୋଲି ଆବେଦନକାରୀଙ୍କ ପକ୍ଷରୁ ପ୍ରାର୍ଥନା କରାଯାଇଥିଲା।

You might also like