ମହାନତା ଦେଖାଇଲେ ଆଶାକର୍ମୀ : ରକ୍ତ ଦେଇ ଗର୍ଭବତୀଙ୍କ ଜୀବନ ବଞ୍ଚାଇଲେ ; ଟ୍ୱିଟ କରି ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ

ବାରିପଦା (କେନ୍ୟୁଜ): ପ୍ରସୂତୀଙ୍କୁ ନିଜେ ରକ୍ତ ଦେଇ ଜୀବନ ବଞ୍ଚାଇଲେ ଆଶା ଦିଦି। ଆଶାଦିଦିଙ୍କ କର୍ତ୍ତବପରାୟଣତା ଏବଂ ନିଷ୍ଠାପର ସେବା ସମସ୍ତଙ୍କ ପାଇଁ ଆଜି ପାଲୋଟିଛି ଉଦାହରଣ । ଏଭଳି ମହାନତା ଦେଖିବାକୁ ମିଳିଛି ଆଦିବାସୀ ବହୁଳ ,ମୟୂରଭଞ୍ଜ ଜିଲ୍ଲାରେ। ଆଦିବାସୀ ମହିଳା ତଥା ଆଶା ଦିଦି ଧନୀ ମୁର୍ମୁ ପ୍ରସୂତୀଙ୍କୁ ଚିକିତ୍ସା କରିବାକୁ ଚିକିତ୍ସାଳୟ ଆଣି ରକ୍ତ ଦେଇ ନୂଆ ଜୀବନ ଦାନ କରିଛନ୍ତି।

ପ୍ରସୂତୀଙ୍କୁ ଚିକିତ୍ସାଳୟ ଆଣି ସେବା ଯୋଗାଇ ଦେବାର କର୍ତ୍ତବ୍ଯ ହେଉଛି ଆଶାଦିଦିଙ୍କର। ଏଥିପାଇଁ ସରକାରଙ୍କ ପକ୍ଷରୁ ନିଯୁକ୍ତି ପାଇଛନ୍ତି। ମାତ୍ର ଚିକିତ୍ସାଳୟକୁ ଚିକିତ୍ସା ନିମନ୍ତେ ଆଣିଥିବା ବେଳେ ଜରୁରୀ ପରିସ୍ଥିତିରେ ସ୍ୱେଚ୍ଛାକୃତ ଭାବେ ପ୍ରସୂତୀଙ୍କୁ ରକ୍ତଦାନ କରି ମାନବିକତା ଦେଖାଇ ଅନ୍ଯ ମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ମୟୂରଭଞ୍ଜ ଜିଲ୍ଲା ମୋରୋଡା ବ୍ଳକ ଧଡାସହି ପଞ୍ଚାୟତ ମୋହନପୁର ଗ୍ରାମର ଆଶାଦିଦି ଧନୀ ମୁର୍ମୁ। ମୋହନପୁର ଗ୍ରାମର ସୋନାଲି ଟୁଡୁ ୮ ମାସର ଗର୍ଭବତୀ। ଗତ ୨୫ ତାରିଖ ସୋନାଲିଙ୍କ ଦେହ ଖରାପ ହେବାରୁ ତାଙ୍କୁ ତୁରନ୍ତ ସ୍ଥାନୀୟ କିଶାନତାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରୋଥିଲେ ଆଶା ଦିଦି।

ମାତ୍ର ସେଠାରେ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ଅବନତି ହେବାରୁ ତାଙ୍କୁ ‘ ବାରିପଦା ପଣ୍ଡିତ୍‌ ରଘୁନାଥ ମୁର୍ମୁ ମେଡିକାଲ କଲେଜକୁ ସ୍ଥାନାନ୍ତରିତ କରିବାକୁ ପରାମର୍ଶ ଦେଇଥିଲେ ଚିକିତ୍ସକ। ବିଳମ୍ବ ନ କରି ସୋନାଲିଙ୍କୁ ଧରି ଆଶାଦିଦି ବାରିପଦା ପଣ୍‌ପିତ୍‌ ରଘୁନାଥ ମୁର୍ମୁ ମେଡିକାଲ ପହଁଚିଥିଲେ। ମାତ୍ର ରକ୍ତ ହୀନତା ଯୋଗୁଁ ସୋନାଲିଙ୍କ ଅବସ୍ଥା ସଂକଟାପନ୍ନ ହୋଇଇଥିଲା। ଡାକ୍ତର ତୁରନ୍ତ ରକ୍ତ ଦେବାକୁ ପରାମର୍ଶ ଦେଇଥିଲେ। ସୋନାଲିଙ୍କ ସାଙ୍ଗରେ ସେତେବେଳେ ପରିବାରର କହିଲେ ଥାନ୍ତି କେବଳ ବୁଢି ମଆ । ରକ୍ତ କିଏ ଦେବ ସେ ନେଇ ବୁଢି ମା ବ୍ଯତିବ୍ଯସ୍ତ ହୋଇ ପଡିବା ବେଳେ ଆଶାଦିଦି ନିଜେ ରକ୍ତ ଭଣ୍ଡାରକୁ ଯାଇ ରକ୍ତ ଦେଇ ସୋନାଲୀଙ୍କ ଜୀବନ ରକ୍ଷା କରିଛନ୍ତି।

ଆଶା ଦିଦିଙ୍କ ଏଭଳି ମହାନତା ଜଣା ପଡିବା ପରେ ସମଗ୍ର ରାଜ୍ଯରେ ଏବେ ପ୍ରଶଂସାର ଛୁଅ ଛୁଟିଛି। ମୁଖ୍ଯମନ୍ତ୍ରୀ ଟୁଇଟ୍‌ କରି ପ୍ରଶାଂସା କରିଥିବା ବେଳେ ସ୍ଥାନୀୟ ଲୋକେ ଧନୀ ମୁର୍ମୁଙ୍କ ନିସ୍ୱର୍ଥପର ସେବା ଓ ମାନବିକତାକୁ ଭୂୟଶୀ ପ୍ରଶଂସା କରିଛନ୍ତି। ତାଙ୍କୁ ସମ୍ବର୍ଦ୍ଧିତ ମଧ୍ୟ କରିଛନ୍ତି ସ୍ଥାନୀୟ ଲୋକେ। ମୟୂରଭଞ୍ଜ ଜିଲ୍ଲାର ଜଣେ ଆଦିବାସୀ ମହିଳା ଆଜି ଦେଶର ରାଷ୍ଟ୍ରପତି ହେବାକୁ ଯାଉଥିବା ବେଳେ ଆଉ ଜଣେ ଆଦିବାସୀଙ୍କ ମହିଳାଙ୍କ ମହାନତା ଆଜି ସବୁଠି ଚର୍ଚ୍ଚାର ବିଷୟ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.