ଜମିବାଡ଼ି ବିବାଦକୁ ନେଇ ପୁତୁରାର କଟୁରୀ ଚୋଟରେ ଦାଦା ଓ ଖୁଡ଼ି ଗୁରୁତର

ଜଗତସିଂହପୁର (କେନ୍ୟୁଜ): ଜଗତସିଂହପୁର ଜ଼ିଲ୍ଲା ଏରସମା ଥାନା ଅନ୍ତର୍ଗତ କଦଳିବାଡ଼ି ଗ୍ରାମରେ ସଂପର୍କୀୟ ପୁତୁରାର ଆକ୍ରମଣରେ ଦାଦା ପୂର୍ଣ୍ଣଚନ୍ଦ୍ର ସ୍ବାଇଁ ଓ ଖୁଡି ସାବିତ୍ରୀ ସ୍ବାଇଁ ଗୁରୁତର ଆହତ ହୋଇଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟରେ ଚିକିଶ୍ଚିତ ହେଉଛନ୍ତି । ସାମାନ୍ୟ ଘଟଣାକୁ ନେଇ ଏଭଳି ଅଘଟଣ ଘଟିଥିବା ଜଣାପଡିଛି ।

ସୂଚନାମୁତାବକ ବାଡ଼ିରେ ଘଷି ପରାକୁ ନେଇ ଏହି ଗଣ୍ଡଗୋଳ ଘଟିଛି । ପୂର୍ବରୁ ଏକ ବିବାଦୀୟ ଜାଗାକୁ ନେଇ ଗଣ୍ଡଗୋଳ ଥିଲା । ଆଜି ସେହି ଜାଗାରେ ଖୁଡି ଘଷି ପାରୁଥିବା ସମୟରେ ଉକ୍ତ ସମ୍ପର୍କୀୟ ପୁତୁରା ପୁତୁରା ପ୍ରତାପ ସ୍ବାଇଁ ଆସି ଗଣ୍ଡଗୋଳ କରି ଖୁଡିକୁ ଏକ କଟୁରିରେ ଆକ୍ରମଣ କରିଥିଲା ଏବଂ ଦାଦା ପୁତୁରାର ଏ ଆକ୍ରମଣକୁ ପ୍ରତିରୋଧ କରିବାରୁ ସେ ଦାଦାକୁ ମଧ୍ୟ ଆକ୍ରମଣ କରି ଆହତ କରିଥିଲା । ପରେ ଆକ୍ରମଣ କରି ପୁତୁରା ଫେରାର ହୋଇଯାଇଛି । ପରେ ସେମାନେ ଆହତ ଅବସ୍ଥାରେ ସେମାନଙ୍କ ପୁଅ ଜଗତସିଂହପୁର ମେଡିକାଲରେ ସେମାନଙ୍କୁ ଆଣି ଭର୍ତ୍ତି କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.