Below header

ଆଜି ବେଙ୍ଗାଲୁରୁରେ ଓଡିଶା ଇନଭେଷ୍ଟର୍ସ ମିଟ୍‌, ଯୋଗ ଦେଇପାରନ୍ତି ପ୍ରାୟ ୫ଶହ ଶିଳ୍ପପତି!

ବେଙ୍ଗାଲୁରୁ(କେନ୍ୟୁଜ୍): ଆଜି ବେଙ୍ଗାଲୁରୁରେ ଓଡିଶା ଇନଭେଷ୍ଟର୍ସ ମିଟ୍‌ । ଏଥିରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡ଼ିଶା ଇନ୍‌ଭେଷ୍ଟର୍ସ ମିଟ୍‌ରେ ଯୋଗ ଦେଇପାରନ୍ତି ପ୍ରାୟ ୫ଶହ ଶିଳ୍ପପତି । ମୁଖ୍ୟମନ୍ତ୍ରୀଙ୍କୁ ବିଜନେସ୍‌ ଟାଇକୁନ୍‌ ଭେଟିବା କାର୍ଯ୍ୟକ୍ରମ ରହିଛି । ସେମାନଙ୍କୁ ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭରେ ଯୋଗ ଦେବାକୁ ନିମନ୍ତ୍ରଣ କରିବେ। ଆଇବିଏମ୍‌ ଇଣ୍ଡିଆର ମ୍ୟାନେଜିଂ ପାର୍ଟନର ଅମିତ ଶର୍ମା, ୱିପ୍ରୋ GE ହେଲ୍‌ଥ କେୟାରର ଏମ୍‌ଡି ଶ୍ରବଣ ସୁବ୍ରମଣ୍ୟମ, ABB ଲିମିଟେଡ୍‌ର ସିଏଫଓ ଟି କେ ଶ୍ରୀଧର, TTK ପ୍ରେଷ୍ଟିଜ୍‌ର ସିଏଫ୍‌ଓ ଶରଣ୍ୟନ୍‌ ପି, ଇଣ୍ଡୋ ନିଶାନ ଫୁଡ୍‌ସର ସିଇଓ ଭି ଏସ୍‌ ଗଣେଶ, କଟନ୍‌ ୱାର୍ଲଡର ପ୍ରତିଷ୍ଠାତା ବି ଏନ୍‌ ମୋନାପ୍ପା, ୱଣ୍ଡର୍‌ଲେ ଏମ୍‌ଡି ଅରୁଣ ଚିତ୍ତାପଲ୍ଲି ଓ ଇଣ୍ଡିଆନ ଷ୍ଟିଚେସ୍‌ର ସିଏମ୍‌ଡି ବିଶାଲ ସେହଗଲ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି।

ଗତକାଲି ବେଙ୍ଗାଳୁରୁରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ ୱିପ୍ରୋ ଅଧ୍ୟକ୍ଷ ଅଜିମ ପ୍ରେମଜୀ । ଏହାସହ ଆଉ ୮ ଇଣ୍ଡଷ୍ଟ୍ରୀ କ୍ୟାପଟେନ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଥିଲେ । ଗୋଲଡେନ୍‌ ହାଚୋରୀଜ୍‌ ଏମ୍‌ଡି ସୟଦ ଫାହଦ୍‌, ୯୧ ସ୍ପ୍ରିଙ୍ଗ ବୋର୍ଡର ସହ ପ୍ରତିଷ୍ଠାତା ବରୁଣ ଚାୱାଲା ଓ ପ୍ରଣୟ ଗୁପ୍ତା, ଡୋଡ୍‌ଲା ଡାଏରିର ନିର୍ଦ୍ଦେଶକ ଏଏମ୍‌ଏସ୍‌ ରେଡ୍ଡି, ନନ୍ଦୀ ପାୱାରଟ୍ରୋନିକ୍‌ସ ଏମ୍‌ଡି ଏଚ୍‌ ଏନ୍‌ ରାମକ୍ରିଷ୍ଣେୟା, ନେଷ୍ଟଆୱେ ଏମ୍‌ଡି ଅମରେନ୍ଦ୍ର ସାହୁ, ମେର୍ଲିନହକ୍‌ ଏରୋସ୍ପେସ୍‌ର ନିର୍ଦ୍ଦେଶକ ଜେ ଜେ ଆଣ୍ଡ୍ରୋଥ୍‌, MVM ଇଣ୍ଡଷ୍ଟ୍ରିଜ୍‌ର ଏମ୍‌ଡି ନନ୍ଦ ଭେଙ୍କେଟ ରାଓ ଓ ଶର୍ବାନୀ ଏନର୍ଜୀ ଲିମିଟେଡ୍‌ର ଏମ୍‌ଡି ଏନ୍‌ ପ୍ରଶାନ୍ତ ରାଓ ଭେଟିଥିଲେ ।

ଓଡ଼ିଶାର ଲମ୍ବା ଉପକୂଳ ସହ ଧାମରା, ପାରାଦୀପ ଓ ଗୋପାଳପୁର ପୋର୍ଟ ରହିଛି। ଯାହା ପୂର୍ବ ଓ ଦକ୍ଷିଣ ପୂର୍ବ ଏସିଆ ପାଇଁ ଗେଟ୍‌ୱେ ଭଳି କାର୍ଯ୍ୟ କରୁଛି । ରାଜ୍ୟ ସରକାର ଭିତ୍ତିଭୂମି ବିକାଶ ପାଇଁ ଅନେକ କାମ କରିଛନ୍ତି ଯାହା ବନ୍ଦର ଭିତ୍ତିକ ଶିଳ୍ପ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିପାରିଛି। ଘରୋଇ ବଜାର ଓ ରପ୍ତାନୀ ପାଇଁ ସୁଯୋଗ ଦେଉଛି। ରାଜ୍ୟ ସରକାରଙ୍କ ତରଫରୁ ଶିଳ୍ପ ଅନୁକୂଳ ସଂସ୍କାର ପଦକ୍ଷେପ ବିଷୟରେ ଶିଳ୍ପପତିଙ୍କୁ ଅବଗତ କରାଇବା ସହ ନିବେଶ ପାଇଁ ନିମନ୍ତ୍ରଣ କରିବେ ମୁଖ୍ୟମନ୍ତ୍ରୀ । ରାଜ୍ୟ ସରକାରଙ୍କ ଫୋକସରେ ରହିଛି ୭ଟି ସେକ୍ଟର । ଆଇଟି, ଇଲେକ୍ଟ୍ରୋନିକ୍ସ, ଟେକ୍ସଟାଇଲ୍ସ, ଖାଦ୍ୟ ପ୍ରକ୍ରିୟାକରଣ, ଇ-ଭେହିକିଲ୍‌, ଅଟୋମୋବାଇଲ୍‌ ଏବଂ ଏରୋସ୍ପେସ୍‌ ଓ ପ୍ରତିରକ୍ଷା । ଏସବୁ କ୍ଷେତ୍ରରୁ ପୁଞ୍ଜି ନିବେଶ ଆଶା କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.