କଟକ ଜଗତପୁର ଅଞ୍ଚଳରେ ଅଭାବନୀୟ ଘଟଣା:ହାତୀ ଆକ୍ରମଣରେ ୨ମୃତ, ଘରୁ ନବାହାରିବା ପାଇଁ ସତର୍କ କରାଉଛି ପ୍ରଶାସନ

କଟକ (କେନ୍ୟୁଜ୍): କଟକ ଜଗତପୁର ଅଞ୍ଚଳରେ ହାତୀ ଆତଙ୍କ । ହାତୀ ଆକ୍ରମଣରେ ୨ମୃତ । ଜଣେ ମହିଳାଙ୍କ ଓ ଜଣେ ପୁରୁଷଙ୍କ ମୃତ୍ୟୁ ହୋଇଥିବା ବେଳେ ନଜରପୁର ଅଞ୍ଚଳରେ ହାତୀ ବୁଲୁଛି । ସେହିପରି ଆଉ ଗୋଟିଏ ହାତୀ ମହାନଦୀର ଯୋବ୍ରା ବ୍ୟାରେଜରେ ଫସି ରହିଥିଲା । ଗତକାଲି ରାତିରୁ ଫସି ରହିଥିଲା ହାତୀ ।

ଆଜି ସକାଳୁ ବ୍ୟାରେଜ୍‌ ଗେଟ୍‌ ଖୋଲିବାରୁ ଭାସି ଯାଇଥିଲା ମୃତଦେହ । ସକାଳୁ ସକାଳୁ ବ୍ୟାରେଜରେ ହାତୀ ଫସିଥିବା ଖବର ପରେ ଲୋକଙ୍କ ଭିଡ଼ ହୋଇଥିଲା । ହାତୀ ଦେଖିବା ପାଇଁ ଭିଡ଼ ଜମାଇଥିଲେ ଲୋକ । ଅନ୍ୟପଟେ ପ୍ରଶାସନ ପକ୍ଷରୁ ମାଇକ୍‌ ଯୋଗେ ଲୋକଙ୍କୁ ସତର୍କ କରାଯାଉଛି । ହାତୀ ସ୍ଥାନୀୟ ଅଞ୍ଚଳରେ ବୁଲୁଥିବାରୁ ଘରୁ ନବାହାରିବା ପାଇଁ ସତର୍କ କରାଉଛି ପ୍ରଶାସନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.