ବିଷାକ୍ତ ପାଳ ଛତୁ ଖାଇ ଗୋଟିଏ ପରିବାରର ୭ଜଣ ଅସୁସ୍ଥ

ଉମରକୋଟ(କେନ୍ୟୁଜ୍): ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଳକ ଅନ୍ତର୍ଗତ ଜନ୍ଦ୍ରିଗୁଡା ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ନିଜ ଘର ପାଳଗଦା ଠାରେ ଥିବା ବିଷାକ୍ତ ପାଳ ଛତୁ ଖାଇଥିଲେ ଗୋଟିଏ ପରିବାରର ଦଶ ଜଣ। ଏହି ଛତୁ ଖାଇଥିବା ୧୦ଜଣ ମଧ୍ୟରୁ ସାତ ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ସେଥିମଧ୍ୟରୁ ୨ ଜଣ ନାବାଳକ ଥିବାବେଳେ, ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ଉଭୟଙ୍କୁ ଉମରକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.