ରାଜ୍ୟରେ ଆଗୁଆ ତାତି: ପ୍ରବଳ ଗରମରେ ସିଝିବ ଓଡ଼ିଶା, ଏବେଠୁ ଟପିଲାଣି ୩୭ ଡିଗ୍ରୀ

ଗତକାଲି ରାଜଧାନୀରେ ତାପମାତ୍ରା ଥିଲା ୩୭.୪ ଡିଗ୍ରୀ ରହିଥିବା ବେଳେ କଟକରେ ଥିଲା ୩୫.୦ ଡିଗ୍ରୀ ।

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟରେ ଆଗୁଆ ତାତି । ଚଳିତବର୍ଷ ପ୍ରବଳ ଗରମରେ ସିଝିବ ଓଡ଼ିଶା । ଫେବ୍ରୁଆରୀ ମଧ୍ୟଭାଗରେ ୩୭ ଡିଗ୍ରୀ ଟପିଲାଣି ପାରା । ଗତକାଲି ରାଜଧାନୀରେ ତାପମାତ୍ରା ଥିଲା ୩୭.୪ ଡିଗ୍ରୀ । କଟକରେ ଥିଲା ୩୫.୦ ଡିଗ୍ରୀ ।

ତେବେ ଫୁଲବାଣୀରେ ଏବେ ବି ଥଣ୍ଡା ଅନୁଭୁତ ହେଉଛି। ଫୁଲବାଣୀର ସର୍ବନିମ୍ନ ତାପମାତ୍ରା ୧୦.୫ ଡିଗ୍ରୀ ଥିବା ବେଳେ ଜି ଉଦୟଗିରିରେ ତାପମାତ୍ରା ରହିଛି ୭.୬ଡିଗ୍ରୀ । ଆଗାମୀ ଦୁଇ ଦିନରେ ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ କମିବା ନେଇ ପୂର୍ବାନୁମାନ କରିଛନ୍ତି ପାଣିପାଗ କେନ୍ଦ୍ର । ୨ ଦିନ ପରେ ପୁଣି ରାତି ତାପମାତ୍ରା ବୃଦ୍ଧି ପାଇବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.