Below header

ସ୍ବାଭିମାନ ଦେଶ ପ୍ରେମୀଙ୍କ ରାଜ୍ୟ ହେଉଛି ଓଡ଼ିଶା : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ସମ୍ବଲପୁରରେ ବିଜେପିର ବିଶାଳ ଗ୍ୟାରେଣ୍ଟି ସମାବେଶରେ ଯୋଗଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଜୟ ଜଗନ୍ନାଥ ଓ ମା’ ସମଲେଶ୍ବରୀ କହି ଭାଷଣ ଆରମ୍ଭ କଲେ । ମୋଦିଙ୍କ ଗ୍ୟାରେଣ୍ଟି ସମ୍ପୂର୍ଣ୍ଣ ହେଲା ପର୍ଯ୍ୟନ୍ତ ଗ୍ୟାରେଣ୍ଟି କହିଲେ ।

ସମ୍ବଲପୁରରେ ବିଜେପିର ବିଶାଳ ଗ୍ୟାରେଣ୍ଟି ସମାବେଶରେ ଯୋଗଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଜୟ ଜଗନ୍ନାଥ ଓ ମା’ ସମଲେଶ୍ବରୀ କହି ଭାଷଣ ଆରମ୍ଭ କଲେ । ସମ୍ବଲପୁରୀ ଭାଷାରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ। ପଦ୍ମଶ୍ରୀ ପାଇଥିବା ୪ ଓଡ଼ିଆଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହାସହ ସମ୍ବଲପୁର ମାଟିର ବୀର ସହିଦଙ୍କୁ ସ୍ମରଣ କଲେ। କହିଲେ ସ୍ବାଭିମାନ ଦେଶ ପ୍ରେମୀଙ୍କ ରାଜ୍ୟ ହେଉଛି ଓଡ଼ିଶା । ପ୍ରତି ଗରିବ ପରିବାରକୁ ପକ୍କା ଘର ଦେବାକୁ ଗ୍ୟାରେଣ୍ଟି ଦେଲେ ମୋଦି। ଓଡ଼ିଶାରେ ୨୫ ଲକ୍ଷ ଲୋକ ପକ୍କା ଘର ପାଇଛନ୍ତି।

କ୍ଷୁଦ୍ର ଚାଷୀଙ୍କଠାରୁ ଆରମ୍ଭ କରି ସଭିଁଙ୍କ ବିକାଶ ମୋଦିଙ୍କ ଗ୍ୟାରେଣ୍ଟି। କୃଷକ, ପଶୁପାଳକ ଓ ମତ୍ସ୍ୟଜୀବୀଙ୍କ ଆୟବୃଦ୍ଧି ଜରୁରୀ। ଓଡ଼ିଶାରେ ଧାନଚାଷୀଙ୍କ ଏମଏସପି ବୃଦ୍ଧି କରାଯାଇଛି।  ମୋଦିଙ୍କ ଗ୍ୟାରେଣ୍ଟି ସମ୍ପୂର୍ଣ୍ଣ ହେଲା ପର୍ଯ୍ୟନ୍ତ ଗ୍ୟାରେଣ୍ଟି । ପ୍ରତି ଗରିବ ପରିବାରକୁ ପକ୍କା ଘର ମୋଦିଙ୍କ ଗ୍ୟାରେଣ୍ଟି । ଓଡ଼ିଶାରେ ୨୫ ଲକ୍ଷ ଲୋକ ପକ୍କା ଘର ପାଇଛନ୍ତି । କ୍ଷୁଦ୍ର ଚାଷୀଙ୍କଠାରୁ ଆରମ୍ଭ କରି ସଭିଁଙ୍କ ବିକାଶ ମୋଦିଙ୍କ ଗ୍ୟାରେଣ୍ଟି । PM କିଷାନରେ ଓଡ଼ିଶାର ୪୦ ଲକ୍ଷ କୃଷକଙ୍କୁ ଲାଭ ମିଳିଛି ।

ପ୍ରତି ଚାଷୀଙ୍କ ଖାତାକୁ ୩୦ ହଜାର ଟଙ୍କା ଯାଉଛି । କୃଷକ, ପଶୁପାଳକ ଓ ମତ୍ସ୍ୟଜୀବୀଙ୍କ ଆୟବୃଦ୍ଧି ଜରୁରୀ । ଓଡ଼ିଶାରେ ଧାନଚାଷୀଙ୍କ ଏମଏସପି ବୃଦ୍ଧି କରାଯାଇଛି । ମତ୍ସ୍ୟଜୀବୀଙ୍କ ପାଇଁ କେନ୍ଦ୍ର ସ୍ବତନ୍ତ୍ର ଯୋଜନା କରିଛି  ।  ଏହାର ଲାଭ ଓଡ଼ିଶାର ମତ୍ସ୍ୟଜୀବୀଙ୍କ ଆୟ ବୃଦ୍ଧି କରିବ । ଆଶା, ଅଙ୍ଗନବାଡ଼ି କର୍ମୀଙ୍କୁ ମିଳିବ ଆୟୂଷ୍ମାନ ଯୋଜନା ସୁବିଧା ।  ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ସ୍ବାସ୍ଥ୍ୟସେବା ମିଳିବ । ଦେୟମୁକ୍ତ ବିଦ୍ୟୁତ ସେବା ଯୋଗାଇବା ଆମ ଲକ୍ଷ୍ୟ । ଗରିବଙ୍କ ଘରେ ଖାଦ୍ୟ ମହଜୁଦ୍ ମୋଦିଙ୍କ ଗ୍ୟାରେଣ୍ଟି ।  ମୋଦିଙ୍କ ଭାଷଣରେ ଏମିତି ବହୁ ଗ୍ୟାରେଣ୍ଟି ଦେଖିବାକୁ ମିଳିଥିଲା ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.