ପ୍ରକାଶ ପାଇଲା ଓଡ଼ିଶା ଜୁଡିସିଆଲ୍‌ ସର୍ଭିସ ପରୀକ୍ଷାଫଳ, ୫୦ ଜଣ ଆବେଦନକାରୀ ସିଭିଲ୍‌ ଜଜ୍‌ ପାଇଁ ମନୋନୀତ

କଟକ(କେନ୍ୟୁଜ୍):  ପ୍ରକାଶ ପାଇଲା ଓଡ଼ିଶା ଜୁଡିସିଆଲ ସର୍ଭିସ- OJS ୨୦୨୧ ପରୀକ୍ଷା ଫଳ । ୫୦ଜଣ ପରୀକ୍ଷାର୍ଥୀ ସିଭିଲ୍‌ ଜଜ୍‌ ପାଇଁ ମନୋନୀତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୮ଜଣ ମହିଳା ଅଛନ୍ତି । ମେଧାତାଲିକାର ପ୍ରଥମ ସ୍ଥାନରେ ରହି ଆଦ୍ୟାଶା ମିଶ୍ର ଟପ୍ପର ହୋଇଛନ୍ତି। ପ୍ରଥମ ତିନିଟି ସ୍ଥାନରେ ମହିଳା ରହିଛନ୍ତି। ଦ୍ୱିତୀୟ ସ୍ଥାନରେ ଚେତନା ପଟ୍ଟନାୟକ ଓ ତୃତୀୟ ସ୍ଥାନରେ ଏ. ଗୀତାଞ୍ଜଳି ନାଇଡୁ ରହିଛନ୍ତି। ଓଡ଼ିଶା ଲୋକସେବା ଆୟୋଗ ପକ୍ଷରୁ ଏହି ପରୀକ୍ଷା ଆୟୋଜିତ ହୋଇଥିଲା। କୃତୀ ୫୦ଜଣ ପରୀକ୍ଷାର୍ଥୀଙ୍କ ନାଁକୁ ନିଯୁକ୍ତି ପାଇଁ ସୁପାରିଶ୍‌ କରିଛି ଓପିଏସସି।.

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.