Below header

ଛତିଶଗଡ଼ରେ ଓଡ଼ିଶାର ଶ୍ରମିକ ବସ୍‌ ଦୁର୍ଘଟଣା: ୮ମୃତ, ୨୦ଗୁରୁତର

ଛତିଶଗଡ଼: ଛତିଶଗଡ଼ରେ ଓଡ଼ିଶାର ଶ୍ରମିକ ବସ୍‌ ଦୁର୍ଘଟଣା । ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

accidentଗଞ୍ଜାମରୁ ଶ୍ରମିକଙ୍କୁ ନେଇ ଗୁଜରାଟ ଯାଉଥିଲା ବସ୍‌ । ଛେରି ଖେଡି ରୋଡ୍‌ରେ ଟ୍ରକ୍‌ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ମୃତକଙ୍କ ମଧ୍ୟରେ ବସ୍‌ ଡ୍ରାଇଭର ମଧ୍ୟ ଅଛନ୍ତି । କ୍ୟାବିନ୍‌ ଭିତରେ ଚାପି ହୋଇ ରହିଥିବା ବେଳେ ତାଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ବସ୍‌ରେ ମୋଟ୍‌ ୫୦ ଜଣ ଯାତ୍ରୀ ଥିଲେ ବୋଲି ଜଣାପଡ଼ିଛି ।

ଏନେଇ ଖବର ପାଇବା ପରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦୁର୍ଘଟଣାରେ ପ୍ରାଣ ହରାଇଥିବା ଶ୍ରମିକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା ରାଶି ଘୋଷଣା କରିଛନ୍ତି । ଏହାସହିତ ଆହତଙ୍କୁ ସମସ୍ତ ଚିକିତ୍ସା ମାଗରେ ଯୋଗାଇ ଦେବାକୁ କହିଛନ୍ତି । ତୁରନ୍ତ ଘଟଣାସ୍ଥଳରେ ପହଁଚିବାକୁ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂଙ୍କୁ ନିର୍ଦ୍ଦେଶ ଦେବା ସହ ଛତିଶଗଡ ଡିଜିଙ୍କ ସହିତ ସମ୍ପର୍କରେ ରହିବାକୁ ଡିଜିପି ଅଭୟଙ୍କୁ ମଧ୍ଯ ନିର୍ଦ୍ଦେଶ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.