କୋଭିଡ ଟେଷ୍ଟ ନେଇ ଆସିଲା ଆଇସିଏମଆର ନୂଆ ଗାଇଡଲାଇନ୍, ନମୁନା ପରୀକ୍ଷା ବେଳେ କାହାକୁ ଦିଆଯିବ ପ୍ରାଥମିକତା ସେନେଇ କରାଯାଇଛି ସ୍ପଷ୍ଟ

ଭୁବନେଶ୍ବର: କୋଭିଡ ଟେଷ୍ଟ ନେଇ ଆସିଲା ଆଇସିଏମଆର ନୂଆ ଗାଇଡଲାଇନ । କରୋନା ନମୁନା ପରୀକ୍ଷା ବେଳେ କାହାକୁ ପ୍ରାଥମିକତା ଦିଆଯିବ ସେନେଇ ଏଥିରେ ସ୍ପଷ୍ଟ କରାଯାଇଛି ।

ଆସନ୍ତୁ ଜାଣିବା କଣ ରହିଛି ଗାଇଡଲାଇନ୍ :

-କଣ୍ଟେନମେଣ୍ଟ ଜୋନର ସମସ୍ତ ଲକ୍ଷଣଯୁକ୍ତଙ୍କ ସହ ସ୍ୱାସ୍ଥ୍ୟକର୍ମୀ ଏବଂ କୋଭିଡ ଯୋଦ୍ଧାଙ୍କୁ ପ୍ରଥମେ ପରୀକ୍ଷା କରାଯିବ ।

-ରାପିଡ୍‌ ଆଣ୍ଟିଜେନ୍‌ ଟେଷ୍ଟ ପ୍ରଥମ ପସନ୍ଦ ହେବା ଆବଶ୍ୟକ ।

-ଦ୍ୱିତୀୟ ବିକଳ୍ପ ଭାବେ RT-PCR, TRUENAT କିମ୍ବା CBNAAT କୁ ନିଆଯାଇପାରେ ।

-କଣ୍ଟେନମେଣ୍ଟ ଜୋନ୍‌ରେ ରାପିଡ୍‌ ଆଣ୍ଟିଜେନ୍‌ ଟେଷ୍ଟ କରାଯିବା ଉଚିତ୍‌ ।

-ଯେଉଁ ସହରରେ ସଂକ୍ରମଣ ବ୍ୟାପକ ଭାବେ ବିସ୍ତାର କରିଛି, ସେହି ସହରରେ ରାପିଡ୍‌ ଆଣ୍ଟିଜେନ୍‌ ଟେଷ୍ଟ କରାଯିବା ଉଚିତ୍‌ ।

corona_test– ଲକ୍ଷଣ ଥିବା ବ୍ୟକ୍ତି ଏବଂ ହାଇରିସ୍କ କ୍ୟାଟାଗୋରୀକୁ ପ୍ରାଥମିକତା ଦିଆଯିବ ।

-ନନ-କଣ୍ଟେନମେଣ୍ଟ ଜୋନରେ ବିଦେଶ ଯାତ୍ରା କରିଥିବା ବ୍ୟକ୍ତିଙ୍କୁ ପରୀକ୍ଷା କରାଯିବ ।

-୧୪ ଦିନ ଭିତରେ ବିଦେଶ ଯାତ୍ରା କରିଥିବା ଲକ୍ଷଣଗତ ବ୍ୟକ୍ତିଙ୍କ ପରୀକ୍ଷା କରିବାକୁ ପରାମର୍ଶ ଦିଆଯାଇଛି ।

-ପଜିଟିଭ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ଲକ୍ଷଣ ଯୁକ୍ତ ବ୍ୟକ୍ତିଙ୍କ ତୁରନ୍ତ ପରୀକ୍ଷା ହେବ ।

-ସ୍ୱାସ୍ଥ୍ୟକର୍ମୀ ଏବଂ କୋଭିଡ ଯୋଦ୍ଧାଙ୍କ ତୁରନ୍ତ ପରୀକ୍ଷା ଉପରେ ଆଇସିଏମଆର ଗୁୁରୁତ୍ୱ ଦେଇଛି ।

-ସେହିପରି ମେଡିକାଲରେ ଚିକିତ୍ସିତ ଶ୍ୱାସକ୍ରିୟା ସମସ୍ୟା ଥିବା ରୋଗୀଙ୍କୁ ପ୍ରାଥମିକତା ଦିଆଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.