ସରକାରୀ ତୈଳ କମ୍ପାନୀ ମାନଙ୍କ ତରଫରୁ ଜାରି ହୋଇଥିବା ତଥ୍ୟ ଅନୁଯାୟୀ ଆଜି ଡିଜେଲ ଦର ୧୩ ପଇସା ପର୍ଯ୍ୟନ୍ତ କମିଥିବା ଜଣାଯାଇଛି । ସେପଟେ କିନ୍ତୁ ପେଟ୍ରୋଲ ଦରରେ କୌଣସି ବିଶେଷ ପରିବର୍ତ୍ତନ ଆସିନାହିଁ । ଏହା ପୂର୍ବରୁ ଜୁଲାଇ ୩୦ ତାରିଖରେ ସରକାର ଡିଜେଲ ଦର ୮ ଟଙ୍କା ୩୬ ପଇସା ପର୍ୟ୍ୟନ୍ତ କମାଇଥିଲେ । ଏହା ପରେ ଡିଜେଲ ଦାମ ବଜାରରେ ଲିଟର ପ୍ରତି ୭୩.୫୬ ଟଙ୍କାକୁ ଖସି ଆସିଥିଲା । ଦିଲ୍ଲୀରେ ପେଟ୍ରୋଲ ଦାମ ଲିଟର ପ୍ରତି ୮୨.୦୮ ଟଙ୍କା ଥିବା ଜଣାଯାଇଛି । ଯେବେକି କୋଲକାତାରେ ଡିଜେଲ ଓ ପେଟ୍ରୋଲ ଦାମ ଲିଟର ପିଛା ୭୬.୭୭ ଟଙ୍କା ଓ ୮୩.୫୭ ଟଙ୍କା ରହିଛି । କିନ୍ତୁ ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ଅନ୍ୟସହର ମାନଙ୍କ ଅପେକ୍ଷା ମୁଲ୍ୟ କିଛିଟା ଅଧିକ ରହିଥିବା ଜଣାଯାଇଛି ।
ଡିଜେଲ ମୂଲ୍ୟ ଲିଟର ପ୍ରତି ୭୯.୮୧ ଟଙ୍କା ଥିବା ବେଳେ ପେଟ୍ରୋଲ ମୂଲ୍ୟ ୮୮.୭୩ ଟଙ୍କା ରହିଥିବା ନେଇ ରେକର୍ଡ ହୋଇଛି । ଯେବେକି ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ଯଥାକ୍ରମେ ୭୮.୫୮ ଟଙ୍କା ଓ ୮୫.୦୪ ଟଙ୍କା ରହିଥିବା ନେଇ ରେକର୍ଡ ହୋଇଛି । କହିରଖିବା ଉଚିତ ହେବକି ଅଶୌଧିତ ତୈଳ ଦ୍ୱାରା ଆପଣ ଏସଏମଏସ ମଧ୍ୟରେ ସହଜରେ ଜାଣି ପାରିବେ । ବିଦେଶୀ ମୁଦ୍ରା ଦର ସହ ଅନ୍ତରାଷ୍ଟ୍ରୀୟ ବଜାରରେ କ୍ରୁଡ଼ ଅଏଲ ମୂଲ୍ୟ ଅନୁସାରେ ହିଁ ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ ପରିବର୍ତ୍ତନ ଆସିଥାଏ । ଏହି ମାନକ ଅନୁଯାୟୀ ହିଁ , ପେଟ୍ରୋଲ ଓ ଡିଜେଲ ମୂଲ୍ୟ ସ୍ଥିର ହୋଇଥାଏ ।