ସୁଶାନ୍ତ ସିଂହ ମୃତ୍ୟୁ ମାମଲାରେ ନୂଆ ମୋଡ଼: ରିଆଙ୍କ ଭାଇ ସୌଭିକଙ୍କୁ ଗିରଫ କଲା ନାର୍କୋଟିକ୍‌ସ କଣ୍ଟ୍ରୋଲ ବ୍ୟୁରୋ

ମୁମ୍ବାଇ: ସୁଶାନ୍ତ ସିଂହ ମୃତ୍ୟୁ ମାମଲାରେ ନୂଆ ମୋଡ଼। ଏହି ମାମଲା ଏବେ ମର୍ଡର, ସୁଇସାଇଡ୍‌ଠୁ ଅଧିକ ଡ୍ରଗ୍ସ ର‍୍ୟାକେଟ୍‌ରେ ପରିବର୍ତ୍ତିତ ହୋଇଛି। ଗୋଟେ ପଟେ ସିବିଆଇ ସୁଶାନ୍ତଙ୍କ ମୃତ୍ୟୁର ସତ୍ୟତା ଜାଣିବାକୁ ଚେଷ୍ଟା କରୁଥିବା ବେଳେ ଏବେ ଏନ୍‌ସିବି ଏହି ମାମଲାରେ ଡ୍ରଗ୍ସ ଲିଙ୍କକୁ ନେଇ ଯାଞ୍ଚ ଆରମ୍ଭ କରିଛି। ଯେଉଁଥିରେ ପ୍ରାରମ୍ଭରୁ ସଫଳତା ମିଳିଛି ।

ରିଆଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀଙ୍କୁ ଗିରଫ କରିଛି ନାର୍କୋଟିକ୍‌ସ କଣ୍ଟ୍ରୋଲ ବ୍ୟୁରୋ । ରିଆଙ୍କ କଥାରେ ହିଁ ସେ ଡ୍ରଗ୍‌ସ ମଗାଇଥିବା ଏନସିବିରେ ସେ ସ୍ୱୀକାର କରିଛନ୍ତି । ଏହା ସହ ସୁଶାନ୍ତଙ୍କ ପୂର୍ବତନ ହାଉସ ମ୍ୟାନେଜର ସାମୁଏଲ ମିରାଣ୍ଡାଙ୍କୁ ମଧ୍ୟ ଗିରଫ କରିଛି ଏନସିବି । ସେମାନେ ଅନେକ ଡ୍ରଗ୍‌ସ ମାଫିଆଙ୍କ ସଂସ୍ପର୍ଶରେ ଥିବା ସ୍ୱୀକାର କରିଛନ୍ତି ।

soubhikଗତକାଲି ସକାଳୁ ରିଆ ଓ ସାମୁଏଲଙ୍କ ଘରେ ନାରକୋଟିକ୍‌ସ ବ୍ୟୁରୋ ଚଢଉ କରିଥିଲା । ଏହାସହ ସୌଭିକ ଓ ସାମୁଏଲଙ୍କୁ ଡ୍ରଗ୍‌ସ କନେକ୍‌ସନରେ ମାରାଥନ ଜେରା କରିଥିଲା । ସୂଚନା ଥାଉଯେ, ନିକଟରେ ସୈଭିକଙ୍କର ଏକ ଚାଟ୍‌ ସାମ୍ନାକୁ ଆସିଥିଲା। ଏଥିସହ ଡ୍ରଗ୍ସ ପେଣ୍ଡଲର ମଧ୍ୟ ତାଙ୍କ ନାଁ କହିଥିଲେ। ଏଣୁ ସୌଭିକଙ୍କ ନିକଟରେ ସତ କହିବା ଛଡ଼ା ଆଉ କିଛି ବାଟ ନଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.