ନିଜ ନିର୍ବାଚନ ମଣ୍ଡଳୀରେ ଲୋକଙ୍କୁ କରୋନା ନେଇ ସଚେତନ କରାଇବେ ବିଧାୟକ, ସମସ୍ତ ବିଧାୟକଙ୍କୁ ସଚେତନ କଲେ ବାଚସ୍ପତି

କେନ୍ୟୁଜ୍(ବ୍ୟୁରୋ): ବିଧାୟକଙ୍କୁ କରୋନା ନେଇ ସଚେତନ କଲେ ବାଚସ୍ପତି । ନିଜେ ସଚେତନ ରହିବା ସହ ନିର୍ବାଚନ ମଣ୍ଡଳୀରେ ଲୋକଙ୍କୁ ସଚେତନ କରିବାକୁ ପରାମର୍ଶ ଦିଆଯାଇଛି । ଏନେଇ ବିଧାନସଭା ପରିସରରରେ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଛି । ମୁଖ୍ୟମନ୍ତ୍ରୀ, କଂଗ୍ରେସ ବିଧାୟକ ଦଳ ନେତା, ବିଜେପି ବିଧାୟକ ଏବଂ ବିଜେଡିର ବିଧାୟକ ମାନେ ଉପସ୍ଥିତ ଥିଲେ । ସମଗ୍ର ବିଶ୍ୱ ଏବଂ ଦେଶରେ ଏହାର ସ୍ଥିତି କିଭଳି ରହିଛି ସେନେଇ ଅବଗତ କରିଥିଲେ ମୁଖ୍ୟ ଶାସନ ସଚିବ ଏବଂ ସ୍ୱାସ୍ଥ୍ୟ ସଚିବ । ବୈଠକ ପରେ ବିଧାନସଭା ପରିସରରେ ବାରମ୍ବାର ହାତ ଧୋଇବା ପ୍ରଣାଳୀ ବାଚସ୍ପତି, ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ମାନେ ବିଧାୟକ ମାନଙ୍କୁ ଶିଖାଇ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.