ଆଇଟି ଭିତ୍ତିଭୂମିକୁ ଅଧିକ ସୁଦୃଢ଼ କରିବାକୁ କ୍ୟାବିିନେଟର ବଡ଼ ନିଷ୍ପତ୍ତି, ଓସ୍ୱାନ୍‌ ପ୍ରକଳ୍ପକୁ ଅପ୍‌ଗ୍ରେଡ୍‌ କରାଯିବ

କେନ୍ୟୁଜ୍(ବ୍ୟୁରୋ):  ରାଜ୍ୟରେ ଆଇଟି ଭିତ୍ତିଭୂମିକୁ ଅଧିକ ସୁଦୃଢ଼ କରିବାକୁ କ୍ୟାବିିନେଟର ବଡ଼ ନିଷ୍ପତ୍ତି। ଓଡିଶା ଷ୍ଟେଟ୍‌ ୱାଇଡ୍‌ ଏରିଆ ନେଟ୍‌ୱର୍କ, ଓସ୍ୱାନ୍‌ ପ୍ରକଳ୍ପକୁ ଅପ୍‌ଗ୍ରେଡ୍‌ କରାଯିବ। ରାଜ୍ୟ ହେଡ୍‌ କ୍ୱାର୍ଟର, ୩୦ ଜିଲ୍ଲା ମୁଖ୍ୟାଳୟ ଓ ୩୧୪ ବ୍ଲକ ମୁଖ୍ୟାଳୟରେ ବ୍ୟାଣ୍ଡୱିଥ୍‌ ବୃଦ୍ଧି କରାଯିବ।

ଏହାସହ ଲୋଡ୍‌ ବଣ୍ଟନ ଓ ସଂଯୋଗର ଉଚ୍ଚ ଉପଲବ୍ଧତା ପାଇଁ ସେକେଣ୍ଡାରୀ ବ୍ୟାଣ୍ଡୱିଥ୍‌ ଯୋଗାଇବାର ଯୋଜନା ରହିଛି । ଓସ୍ୱାନର ଅପ୍‌ଗ୍ରେଡେସନ ସହିତ ୫ ବର୍ଷ ପାଇଁ ଏହାର ଅପରେସନ ଓ ରକ୍ଷାଣାବେକ୍ଷଣା ପାଇଁ ଖର୍ଚ୍ଚ ହେବ ୩୩୨ କୋଟି ଟଙ୍କା । .

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.